ତୁଳସୀ ଗଣନାଟ୍ୟର ମାଲିକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ
ଯାତ୍ରା ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁଙ୍କ ନା ରେ ସାଙ୍ଘାତିକ ଅଭିଯୋଗ ଆଣିଲେ ହିରୋଇନ୍ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର । ସୋନାଲିଙ୍କୁ ଜୋର୍ ଜବରଦସ୍ତ ରଖା ଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ସ୍ତ୍ରୀ ଆଉ ପୁଅକୁ ଭେଟିବା ପାଇଁ ଦେଉ ନାହାନ୍ତି ଏବଂ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ତୁଳସୀ ମାଲିକ ବୋଲି କହିଛନ୍ତି ଶ୍ରୀକ୍ଷେତ୍ର। ଏହା ଉପରେ ପ୍ରତିକ୍ରିୟା ରଖି ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି, ଏହି ଘଟଣା ପୁରା ମିଛ ।
ବହୁ ବର୍ଷ ପୂର୍ବରୁ ବିବାହ ପରେ ସୋନାଲି ସ୍ଵାମୀଙ୍କ ଅତ୍ୟାଚାର ସହି ନପାରି ଆତ୍ମହତ୍ୟା କରିବାକୁ ଯାଉଥିଲେ । ସେତେବେଳେ ତାଙ୍କ ବାପା ସୋନାଲିକୁ ଉଦ୍ଧାର କରି ତାଙ୍କ ଘରେ ରଖିଥିଲେ । ସେହିଦିନ ଠାରୁ ସେ ଯାତ୍ରାରେ ଅଛନ୍ତି ବୋଲି ଅନନ୍ତ କହିଛନ୍ତି । ଅନ୍ୟ ପକ୍ଷରେ ଏହି ମାମଲାରେ ସୋନାଲି ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ମୁଁ ନିଜ ଇଚ୍ଛାରେ ଯାତ୍ରା ପାର୍ଟିରେ ଅଛି । ବିବାହ ପରେ ମୋ ସ୍ୱାମୀ ମତେ ଯାତ୍ରା ପାର୍ଟିରେ ଛାଡି ଦେଇ ଆଉ କିଛି ବୁଝି ନଥିଲେ, ବରଂ ଅନ୍ୟ ଝିଅ ମାନଙ୍କ ସହିତ ସମ୍ପର୍କରେ ଥିଲେ। ଏପରିକି ତାଙ୍କ ସ୍ବାମୀ ତାଙ୍କୁ ବିକ୍ରି କରିଦେବାକୁ ଚାହୁଥିଲେ ବୋଲି କହିଛନ୍ତି ସୋନାଲି । ଅନ୍ୟପଟେ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର ତୁଳସୀ ଗଣନାଟ୍ୟରେ କାମ କରୁ ନଥିଲେ। ସେ ଅନ୍ୟ ଏକ ଝିଅକୁ ବିବାହ କରିଛନ୍ତି। ତାଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ।
