ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା

ଅଧିକାଂଶ ସ୍ଥାନରେ ପିଆଜ କିଲୋ ପ୍ରତି ୬୦ରୁ ୬୫ଟଙ୍କାରେ ବିକ୍ରି ହେଉଛି । କିଛି ଦିନ ପରେ ପୁଣି ହଠାତ ପିଆଜ ଦର ବଢିଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପନିପରିବା ଦର ଆକାଶ ଛୁଆଁ ଥିବା ବେଳେ ହଠାତ ଆଳୁ ପିଆଜ ଦର ଖାଉଟିଙ୍କୁ ହନ୍ତସନ୍ତ କରିଛି । ତେବେ ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ସାରା ଦେଶରେ ଏଭଳି ସ୍ଥିତି ଅଛି । ପ୍ରବଳ ଓ ଅନବରତ ବର୍ଷା ପାଇଁ ଫସଲ ହାନି ହୋଇଛି ।ସଙ୍କଟର ସମାଧାନ ପାଇଁ ସରକାର ଏବେ ଆଳୁ ମିଶନ, ପିଆଜ ମିଶନ ଭଳି ପଦକ୍ଷେପ ନେଉଛନ୍ତି |ଆଗକୁ ଏଭଳି ସମସ୍ୟା ହେବନି ବୋଲି ମନ୍ତ୍ରୀ ଡକହିଛନ୍ତି ।