ଦେଶରେ ୨୭ ଏୟାରପୋର୍ଟ ବନ୍ଦ, ୪୩୦ ବିମାନ ବାତିଲ
ଅପରେସନ ସିନ୍ଦୂର ପରେ ଦେଶରେ ହାଇ ଆଲର୍ଟ । ୨୭ ଏୟାରପୋର୍ଟ ବନ୍ଦ । ପ୍ରାୟ ୪୩୦ ଫ୍ଲାଇଟ୍ ବାତିଲ ହୋଇଛି । ମେ ୧୦ ତାରିଖ ଯାଏଁ ଦେଶର ୨୭ଟି ଏୟାରପୋର୍ଟକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଛି ।ସେଗୁଡ଼ିକ ହେଲା ଲେହ, ଥୋଇସେ, ଶ୍ରୀନଗର, ଜାମ୍ମୁ, ଅମୃତସର, ପଠାନକୋଟ,ଚଣ୍ଡିଗଡ଼, ଯୋଧପୁର, ଜୈସଲମେର, ଜାମନଗର, ଭଟିଣ୍ଡା,ଭୁଜ, ଧର୍ମଶାଳା, ସିମଳା, ରାଜକୋଟ, ପୋରବନ୍ଦର ବିମାନବନ୍ଦର। ସାଧାରଣ ଲୋକଙ୍କ ଯାତାୟତ ପାଇଁ ଏହି ସବୁ ଏୟାରପୋର୍ଟ ବନ୍ଦ ରହିବ। ଇଣ୍ଡିଗୋ ଏୟାରଲାଇନ୍ସର ୨୬୭ ଟି ବିମାନ, ଏୟାର ଇଣ୍ଡିଆର ୧୦୨ ଟି, ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୫ଟି ସ୍ପାଇସ୍ ଜେଟ୍, ଅକାଶା ଏୟାର, ସହ କିଛି ବିଦେଶ ବିମାନକୁ ମଧ୍ୟ ବାତିଲ କରାଯାଇଛି ।ଅପରେସନ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟେନସନ ବଢୁଥିବାକୁ ଦେଖି ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଏଥିରେ ଯାତ୍ରୀଙ୍କୁ ଉଡ଼ାଣ ସ୍ଥିତି ଜାଣିବା ପାଇଁ ଏୟାରଲାଇନ୍ସ ସହିତ ସଂପର୍କ କରିବାକୁ ଆଗ୍ରହ କରାଯାଇଛି ।
