OPRBର ବୈଠକ ଶେଷ : ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ
ଜରୁରୀ ବୈଠକ ପରେ ଓପିଆରବି ଅଧ୍ୟକ୍ଷ ସୁଶାନ୍ତ ନାଥ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯାହା ଘଟଣା ଘଟିଛି, କ୍ରାଇମବ୍ରାଞ୍ଚକୁ ଲିଖିତ ଭାବେ ଜଣାଇଛୁ । ତଦନ୍ତ ରିପୋର୍ଟକୁ ଅପେକ୍ଷା, ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରୀକ୍ଷାର୍ଥୀ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ସଠିକ୍ ସମୟରେ ସ୍ଵଚ୍ଛ ଭାବେ ପରୀକ୍ଷା କରାଯିବ ବୋଲି ସୁଶାନ୍ତ ନାଥ କହିଛନ୍ତି । ଏହି କେଳେଙ୍କାରୀରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ ବଢ଼ିଲାଣି । କେବଳ ସେତିକି ନୁହେଁ, ଯେଉଁ ସବୁ ସଂସ୍ଥାରେ ପୂର୍ବରୁ କଳାଦାଗ ଲାଗିଛି, ପ୍ରଶ୍ନପତ୍ର ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନା ପାଇଁ ସେହି ସବୁ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରାଯାଇଛି । କ୍ରାଇମବ୍ରାଞ୍ଚ ଏବେ ଏସବୁ ଦିଗକୁ ନେଇ ତନାଘନା କଲାଣି । ଅନ୍ୟପକ୍ଷରେ ଏହି ଘଟଣାରେ ପୋଲିସ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ ରାକେଟ୍ ପଛର ମାଷ୍ଟରମାଇଣ୍ଡ ଏବେବି ଫେରାର ଅଛନ୍ତି । ଏନେଇ ଓପିଆରବି ଅଧ୍ୟକ୍ଷ ସୁଶାନ୍ତ ନାଥ ଜରୁରୀ ବୈଠକ ଡାକିଥିଲେ । ବୈଠକରେ ଓପିଆରବି କର୍ମଚାରୀ ଉପସ୍ଥିତ ଥିଲେ ।
