OPSC ପ୍ରିଲିମନାରୀ ପରୀକ୍ଷା ତାରିଖ ଘୋଷଣା ହୋଇଛି

ଓଡିଶା ଲୋକସେବା ଆୟୋଗ ୨୦୨୩ ପ୍ରିଲିମନାରୀ ପରୀକ୍ଷା ତାରିଖ ଘୋଷଣା କରିଛି । ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଓପିଏସ୍‌ସି ପ୍ରିଲିମନାରୀ ପରୀକ୍ଷାର ତାରିଖ ସହ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଅକ୍ଟୋବର 27ରୁ ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷା ଆରମ୍ଭ ହେବ। ପାଞ୍ଚଟି ଜୋନ୍- ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରରେ କରାଯିବ।ସମୟ: ସକାଳ 10ରୁ 12ଟା (ଜେନେରାଲ୍ ଷ୍ଟଡିଜ୍ ପେପର 1) ସମୟ: ଦ୍ୱିପ୍ରହର 1:30ରୁ 3:30 (ଜେନେରାଲ୍ ଷ୍ଟଡିଜ୍ ପେପର 2)ପରୀକ୍ଷା ହଲକୁ ଆଡମିଟ୍ କାର୍ଡ ସହ କୌଣସି ପ୍ରମାଣପତ୍ର ଆଣିବାକୁ ପଡିବ। OPSC ୱେବସାଇଟରୁ ଆଡମିଟକାର୍ଡ ଡାଉନଲୋଡ୍ କରିପାରିବେ।