OTET ପରୀକ୍ଷା- ସିସିଟିଭି ସର୍ଭେଲାନ୍ସରେ ରହିବ ସମସ୍ତ ୧୯୩ ପରୀକ୍ଷା କେନ୍ଦ୍ର 

ସେପ୍ଟେମ୍ବର ୨୭ରେ ସ୍ୱତନ୍ତ୍ର OTET ପରୀକ୍ଷା । ପ୍ରଶ୍ନପତ୍ର ଲିକ ଓ ବୋର୍ଡରେ ଅଧିକାରୀ ନଥିବାରୁ ବାରମ୍ବାର ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଛି । ଏଥର ୨୭କୁ ପରୀକ୍ଷା ତାରିଖ ଭାବେ ନିର୍ଧାରଣ କରାଯାଇଛି । ତେବେ ପରୀକ୍ଷା ଦିନ ପ୍ରଶ୍ନ ପତ୍ର ଆସିବା ଠାରୁ ପରୀକ୍ଷା ଶେଷ ହେବା ଯାଏଁ ସିସିଟିଭି ସର୍ଭେଲାନ୍ସରେ ରହିବ ସମସ୍ତ ୧୯୩ ପରୀକ୍ଷା କେନ୍ଦ୍ର । ପ୍ରଶ୍ନପତ୍ର ପରିବହନ ବେଳେ ଗାଡ଼ିକୁ ମିଳିବ ଆର୍ମଡ ପୋଲିସ ସୁରକ୍ଷା । ବିଏସଇ ମୁଖ୍ୟ କାର୍ଯ୍ୟାଳୟରେ ଖୋଲିବ କମାଣ୍ଡ କଣ୍ଟ୍ରୋଲ ରୁମ୍ । ଏଥିସହ ଜିପିଏସ ଟ୍ରାକିଂ ବ୍ୟବସ୍ଥା ଡିଜିଟାଲ ଲକରରେ ସୁରକ୍ଷିତ ରହିବ ପ୍ରଶ୍ନପତ୍ର । ପ୍ରତି ପରୀକ୍ଷା କେନ୍ଦ୍ରରେ ଦାୟିତ୍ୱରେ ରହିବେ ପର୍ଯ୍ୟବେକ୍ଷକ। ପରୀକ୍ଷା ସୁପରିଚାଳନା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ଡିଷ୍ଟ୍ରିକ୍ଟ ସାଇନ୍ସ ସୁପରଭାଇଜର, ସେଣ୍ଟର ସୁପରିଟେଣ୍ଡଣ୍ଟ ମାନଙ୍କୁ ଟ୍ରେନିଂ ଦିଆଯିବ । ବିଧାନସଭାରେ ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।