କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳୀଙ୍କ ପାଇଁ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ଦେଇଥିବାରୁ …
ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କ ପାଇଁ ମୁଖ୍ୟମନ୍ତ୍ରୀ କଲ୍ୟାଣ ପାଣ୍ଠିରେ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସ୍ଥା କରିଥିବାରୁ ଆଜି ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ବିଭିନ୍ନ ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ଆସିଥିବା ଓଡିଶା କେନ୍ଦୁପତ୍ର ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଧନ୍ୟବାଦ ଓ କୃତଜ୍ଞତା ପ୍ରକାଶ କରିଥିଲେ।ସୂଚନାଯୋଗ୍ୟ ଯେ, ରାଜ୍ୟର ୨୨ଟି ଜିଲ୍ଲାରେ ୧୯ଟି ଡିଭିଜନ ଅଧିନରେ ପ୍ରାୟ ୯ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନଜୀବିକାର ମାଧ୍ୟମ ହେଉଛି କେନ୍ଦୁପତ୍ର। ମୁଖ୍ୟମନ୍ତ୍ରୀ ନିକଟରେ ଦେବଗଡ ଗସ୍ତ ସମୟରେ ରାଜ୍ୟର କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ। ଏହି ସହାୟତାରେ ସେମାନଙ୍କ ପାଇଁ ଚପଲ, କେରି ବନ୍ଧା କପଡା, ଟୋପି, ମସାରି ଓ କମ୍ବଳ ବାବଦକୁ ଅର୍ଥ ରାଶି ରହିଛି।
