ଭାରତରେ ରିଲିଜ୍ ହେବନି ପାକ୍ ଅଭିନେତା ଫୱାଦଙ୍କ ଫିଲ୍ମ ‘ଅବୀର ଗୁଲାଲ୍’
ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶ ଏବେ ପାକିସ୍ତାନ ବିରୋଧରେ ଅଛି। ଏବେ ଭାରତରେ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଫିଲ୍ମ ଅବିର ଗୁଲାଲର ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସୂତ୍ର ଏହି ସୂଚନା ଦେଇଛି। ଫୱାଦ ଖାନ, ଯିଏ ବଲିଉଡ ଫିଲ୍ମ ଯଥା ‘ଖୁବସୁରତ’, ‘କପୁର ଆଣ୍ଡ ସନ୍ସ’ ଏବଂ ‘ଏ ଦିଲ ହୈ ମୁସକିଲ’ ପାଇଁ ଭାରତରେ ଜଣାଶୁଣା, ତାଙ୍କ ପାଇଁ ଏହା ଏକ ବଡ଼ ଧକ୍କା। ‘ଅବୀର ଗୁଲାଲ’ ଏକ ଅନନ୍ୟ କାହାଣୀ ଉପରେ ଆଧାରିତ ଏବଂ ଏହା ପାକିସ୍ତାନୀ ସିନେମାରେ ଫୱାଦଙ୍କ ନୂଆ ପ୍ରୟାସ ବୋଲି କୁହାଯାଉଛି।
ତଥାପି, ଭାରତୀୟ ଦର୍ଶକଙ୍କୁ ଏହି ଫିଲ୍ମ ଦେଖିବାରୁ ବଞ୍ଚିତ ହେବାକୁ ପଡ଼ିବ। ଫୱାଦ ଏବଂ ବାଣୀଙ୍କ ବ୍ୟତୀତ ରିଦ୍ଧି ଡୋଗରା, ଲିସା ହେଡନ, ସୋନି ରାଜଦାନ, ଫରିଦା ଜଲାଲ, ରାହୁଲ ଭୋହରା ଏବଂ ପରମୀତ ସେଟ୍ଟୀ ଭଳି ଅନେକ ପ୍ରସିଦ୍ଧ କଳାକାର ଏହି ଫିଲ୍ମରେ କାମ କରିଛନ୍ତି।ପହଲଗାମ୍ ଆକ୍ରମଣ ପରେ, ପାକିସ୍ତାନ ବିରୁଦ୍ଧରେ ବହୁତ କ୍ରୋଧ ଦେଖିବାକୁ ମିଳୁଛି। ଫିଲ୍ମକୁ ବ୍ୟାନ୍ କରିବା ବ୍ୟତୀତ ଏହାର ଭିଡିଓ ଗୀତ ଗୁଡ଼ିକୁ ମଧ୍ୟ YouTubeରୁ ହଟାଇ ଦିଆଯାଇଛି। ଏପର୍ଯ୍ୟନ୍ତ ‘ଅଂଗ୍ରେଜି ରଙ୍ଗରାସିଆ’ ଏବଂ ‘ଖୁଦାୟା ଇଶ୍କ’ ଫିଲ୍ମର ଦୁଇଟି ଗୀତ ରିଲିଜ୍ ହୋଇଛି। ଉଭୟ ଗୀତ ଆଉ ଭାରତରେ YouTubeରେ ଦେଖାଯାଉନାହିଁ।
