ନୋଟିସ ପରେ ଦ୍ବନ୍ଦ୍ବରେ ରଜିଆ ସୁଲତାନ
ଏବେକାର ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଥିବା ପାକିସ୍ତାନୀ ନାଗରିକ ରେଜିଆ ସୁଲତାନା ପ୍ରକୃତରେ ପାକିସ୍ତାନ ଫେରିବେ ନା ଭାରତରେ ରହିବେ ତାକୁ ନେଇ ସମସ୍ତଙ୍କ ମନରେ ଏକ ଦ୍ଵନ୍ଦ୍ବ | ଆଜି ସକଳେ ସୋର ପୁଲିସ ରେଜିଆଙ୍କ ଘରକୁ ଯାଇଥିଲେ। ମାତ୍ର ସେଠାରେ ରେଜିଆ ନଥିବା ବେଳେ ପରିବାର ଲୋକଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡ଼ିଛି। ବାଲେଶ୍ୱର ଏସପି ରାଜ ପ୍ରସାଦ କହିଛନ୍ତି ,” ଆମର ସୂଚନା ଅନୁସାରେ ରଜିଆ ସୁଲତାନ ଭାରତର ନାଗରିକତ୍ୱ ପାଇ ନାହାନ୍ତି। ତାଙ୍କ ବାପା ମାଆ ପାକିସ୍ତାନୀ ଥିଲେ । ତାଙ୍କର ଚାରି ଜଣ ଭାଇ ଭାଉଣୀ ସେମାନେ ମଧ୍ୟ ଭାରତ ଆସିଥିଲେ । ସେତେବେଳେ ରଜିଆ ନାବାଳିକା ଥିଲେ । ତାଙ୍କ ବାପା ମାଆ ତିନି ଜଣଙ୍କୁ ନେଇ ପାକିସ୍ତାନ ଫେରି ଯାଇଥିଲେ । ରଜିଆ ଏଇଠି ରହିଗଲେ, ତାଙ୍କର ଶେଖ ସମସୁଦ୍ଦିନଙ୍କ ସହ ବିବାହ ହୋଇଥିଲା । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ମଧ୍ୟ ଅଛନ୍ତି । ଏହାକୁ ନେଇ ଆମର ଭେରିଫିକେସନ ଚାଲିଛି । ସେମାନେ ପାକିସ୍ତାନରୁ 1981 ମସିହାରେ ଆସିଥିଲେ। ତାଙ୍କ ମାଆ ବାପା 1984ରେ ପାକିସ୍ତାନ ପଳାଇ ଯାଇଥିଲେ । ଆମେ ସମସ୍ତ ତଥ୍ୟ ଏବଂ ପରିବାର କଥା ବାବଦରେ ଉପରୀସ୍ଥ ଅଧିକାରୀଙ୍କୁ ଲେଖି ସାରିଛୁ । ପରବର୍ତ୍ତୀ ନିର୍ଦ୍ଦେଶ ପାଇଁ ଆମେ ଅପେକ୍ଷା କରିଛୁ । ସେମାନଙ୍କୁ 27 ତାରିଖ ଭାରତ ଛାଡ଼ିବା ପାଇଁ ନିର୍ଦ୍ଦେଶ ଥିଲା, ପରବର୍ତ୍ତୀ ନିର୍ଦ୍ଦେଶ କଣ ଆସିବ ଏବଂ ସେମାନଙ୍କର କଣ ପ୍ରତିକ୍ରିୟା ରହିବ ତାହା ଜଣାପଡ଼ିବ।”
