ଭାରତରେ ରହୁଥିବା ପାକିସ୍ତାନ ନାଗରିକ  ୪୮ ଘଣ୍ଟାରେ ଭାରତ ଛାଡ଼ । 

ଭାରତରେ ରହୁଥିବା ପାକିସ୍ତାନ ନାଗରିକ ପାଇଁ ୪୮ ଘଣ୍ଟାର ଡେଡଲାଇନ୍ ଦିଆଯାଇଛି । ଭାରତ ନଛାଡ଼ିଲେ, ମିଳିବ କଡ଼ା ଦଣ୍ଡ । ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କାର ଜୋରିମାନା ଭୋଗିବେ । SAARC ଭିସା ଧାରୀ: ୧୨ ପ୍ରକାରର ସ୍ୱଳ୍ପମିଆଦୀ ଭିସା (ଯଥା- ଭିସା ଅନ୍ ଆରାଇଭାଲ, ବ୍ୟବସାୟ, ପର୍ଯ୍ୟଟକ, ପୀଠସ୍ଥାନ ଯାତ୍ରା, ସାମ୍ବାଦିକ, ଛାତ୍ର, କନଫରେନ୍ସ ଇତ୍ୟାଦି) ଧାରୀ ପାକିସ୍ତାନୀ ନାଗରିକଙ୍କୁ ୨୬ ଏପ୍ରିଲ ୨୦୨୫ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିଭଳି ଚିକିତ୍ସା ପାଇଁ ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ୨୯ ଏପ୍ରିଲ ୨୦୨୫ ସୁଦ୍ଦା ଦେଶ ଛାଡ଼ିବାକୁ ନୋଟିସ ଜାରି ହୋଇଛି।ଗତ ଦୁଇ ଦିନରେ ୫୩୭ ପାକିସ୍ତାନୀ ଅଟାରୀ-ୱାଘା ସୀମା ଦେଇ ଭାରତ ଛାଡ଼ିଛନ୍ତି । ଏପର୍ଯ୍ୟନ୍ତ ମହାରାଷ୍ଟ୍ର, ତେଲେଙ୍ଗାନା, କେରଳ, ମଧ୍ୟପ୍ରଦେଶ, ଓଡ଼ିଶା, ଗୋଆ, ଗୁଜରାଟ ଓ ୟୁପିରେ ରହୁଥିବା ପାକିସ୍ତାନ ନାଗରିକ ଭାରତ ଛାଡ଼ିଛନ୍ତି । ମହାରାଷ୍ଟ୍ରରେ ପାଖାପାଖି ୧ ହଜାର ପାକିସ୍ତାନୀ ନାଗରିକ ସର୍ଟ-ଟର୍ମ ଭିସାରେ ଥିଲେ । ଭାରତରୁ ୬୨୯ ଭାରତୀୟ ନାଗରିକ ପାକିସ୍ତାନରୁ ଫେରୁଛନ୍ତି । ଏଥିରେ ୧୩ ଜଣ କୁଟନୀତିଜ୍ଞ ଓ ଅଧିକାରୀ ସାମିଲ ଅଛନ୍ତି ।

You might also like