ବଡ଼ ଦୁର୍ଘଟଣାରୁ ଅଲ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ।

ବଡ଼ ଦୁର୍ଘଟଣାରୁ ଅଲ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ । ସବିରା ଷ୍ଟେସନରେ ନ୍ୟୁ ଜଲପାଇଗୁଡ଼ି -ଚେନ୍ନାଇ ସୁପରପାଷ୍ଟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି । ବାଲେଶ୍ବର ସବିରା ଷ୍ଟେସନରେ ଅଟକିଛି ଗାଡ଼ି । ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଟ୍ରେନ ଠିକ୍ ହେବାକୁ ଅପେକ୍ଷା କରି ରହିଛନ୍ତି। ଟ୍ରେନ୍‌ଟି ଦ୍ରୁତଗତିରେ ଯାଉଥିବା ବେଳେ ଏହି ସ୍ଥାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ବ୍ୟାଟେରି ଓ ଯାନ୍ତ୍ରିକ ଉପକ୍ରମ ଖସିପଡ଼ିଥିଲା। ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ରେନ୍‌ ମରାମତି କାମ ଚାଲିଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। ଏହି ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି।

You might also like