ବିମାନବନ୍ଦର ବନ୍ଦ ହେବା ପରେ ବଦଳିପାରେ IPL ମ୍ୟାଚ୍ର ସ୍ଥାନ
ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଭାରତର ଏୟାରଷ୍ଟ୍ରାଇକ୍ ପରେ ଧର୍ମଶାଳା ବିମାନବନ୍ଦରକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଥିବାରୁ ସେଠାରେ ଖେଳାଯିବାକୁ ଥିବା ଆଇପିଏଲ୍ ମ୍ୟାଚ୍ ପ୍ରଭାବିତ ହେବ ବୋଲି କୁହାଯାଉଛି। ଗୁରୁବାର ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ, ମେ’ ୧୧ରେ ସେଠାରେ ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ମଧ୍ୟରେ ମ୍ୟାଚ୍ ଖେଳାଯିବା ନେଇ ପୂର୍ବରୁ କାର୍ଯ୍ୟକ୍ରମ ରହିଛି। ଏବେ ବିମାନବନ୍ଦର ବନ୍ଦ ହେବା ପରେ ମେ’ ୧୧ରେ ଧର୍ମଶାଳାରେ ହେବାକୁ ଥିବା ମ୍ୟାଚ୍ ଏବେ ମୁମ୍ବାଇକୁ ସ୍ଥାନାନ୍ତରିତ ହୋଇପାରେ ବୋଲି କୁହାଯାଉଛି।ମଙ୍ଗଳବାର ରାତିରେ ପିଓକେରେ ଭାରତୀୟ ବାୟୁସେନା ଆକ୍ରମଣ କରିବା ପରେ ଦେଶର ୧୦ରୁ ଅଧିକ ଏୟାରପୋର୍ଟକୁ ବନ୍ଦ ରଖାଯାଇଛି । ୨ଶହରୁ ଅଧିକ ବିମାନ ଚଳାଚଳକୁ ବାତିଲ କରାଯାଇଛି । ଏୟାରଷ୍ଟ୍ରାଇକ ପୂର୍ବରୁ ମ୍ୟାଚର ଭିନ୍ନ ସିଡ୍ୟୁଲ ଥିଲା ହେଲେ ଏଥିରେ ପରିବର୍ତ୍ତନ ହୋଇଛି ।
