ସରକାରଙ୍କ ଅବହେଳା ପାଇଁ ଆଜି ଆମେ ବିପଦରେ
ଗତକାଲି ମୋର ଭୁବନେଶ୍ବର ଘରେ ଚୋରି ହୋଇଛି । ଏହି ଘଟଣା କେବଳ ମୋ ପରିବାର ପାଇଁ ନୁହେଁ । ବରଂ ସମସ୍ତ ଭୁବନେଶ୍ବର ବାସୀଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ । ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟ ସେୟାର କରି ଏମିତି ଚିନ୍ତା ପ୍ରକଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ସେ ଲେଖିଛନ୍ତି ଯେ ସରକାରଙ୍କ ଅବହେଳା କାରଣରୁ ଆଜି ଆମ ଘର, ଆମ ସାହି ଓ ଆମ ସଂପଦ ବିପଦରେ। ଓଡ଼ିଶା ପୋଲିସ ଜନତାଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ। ଏହା ବିଜେପି ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ।
ଭୁବନେଶ୍ବରକୁ ସୁରକ୍ଷିତ ରଖିବାକୁ ଅପିଲ କରିଛନ୍ତି ନିରଞ୍ଜନ। ଅନ୍ୟପଟେ ଘର ସହ ସର୍ମ୍ପକ ଥିବା ଲୋକ ହିଁ ଚୋରି କରିଛି । ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣାରେ ଏହା କହିଛନ୍ତି ବରିଷ୍ଠ ନେତା ସୁରେଶ ରାଉତରାୟ । ଏହା ସହ ଘଟଣାରେ ମୁଖ୍ୟମନ୍ତ୍ରୀ ଦୃଷ୍ଟନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ।