ଫୋନ୍‌ ପେ- ଗୁଗଲ୍‌ ପେ ବ୍ୟବହାରକାରୀ ସାବଧାନ: ଓଡିଶାରେ ମାତିଛନ୍ତି ଡିଜିଟାଲ ଠକ।

ହଠାତ୍ ଫୋନ୍‌ କଲ ଆସୁଛି। ପଚାରିଲେ କିଏ କହୁଛନ୍ତି। ଆମେ ଫୋନ୍‌ କିମ୍ବା ଗୁଗଲ୍ ପେ ରୁ କହୁଛି। ଆପଣଙ୍କ ଟ୍ରାଞ୍ଜାକସନ ପରେ ରିୱାର୍ଡ ମିଳିଛି । ନୋଟିଫିକେସନକୁ ଯାଆନ୍ତୁ। ଆଉ ମେସେଜକୁ କ୍ଲିକ୍ କରନ୍ତୁ । ଏବେ ୟୁପିଆଇ ପାଇଁ ଦିଅନ୍ତୁ । ବାସ୍‌ ତା ପରେ ଆକାଉଣ୍ଟରୁ ଟଙ୍କା ଗାୟବ । ଏମିତି ଠକେଇ ପରେ ଏବେ ନୂଆ ପ୍ଲାନ ଆଉ ନୂଆ ପ୍ରୋଗ୍ରାମ ରେ ଠକେଇ ଚାଲିଛି । ଫେସବୁକକୁ ହ୍ୟାକ କରି ସାଙ୍ଗଙ୍କୁ ମେସେଜ ଯାଉଛି ଯେ, ବହୁତ ଦରକାର ଅଛି ଜଲଦୀ ଏହି ନମ୍ବରରେ ଟଙ୍କା ପଠାନ୍ତୁ । ଏମିତି ଭାବେ ଏବେ ଠକେଇ କରୁଛନ୍ତି କିଛି ଡିଜିଟାଲ ଠକ । ଭଦ୍ରକ ଜିଲ୍ଲାରେ ଏମିତି କେତେ ଜଣ ଠକେଇରେ ଶିକାର ହୋଇଥିବା ବ୍ୟକ୍ତି କିପରି ଠକେଇରେ ଶିକାର ହୋଇଛନ୍ତି, ସେ ସଂପର୍କରେ କହିଛନ୍ତି ।

ଟଙ୍କା କପରି ଠକେଇ ହୋଇଥିଲା ସେ ସଂପର୍କ​‌ରେ କହିଛନ୍ତି। ଆପଣ ଟ୍ରାଞ୍ଜାକସନ ପରେ ରିୱାର୍ଡ ପାଇଛନ୍ତି । ସପ୍ତାହେ ହେଲାଣି ନୋଟିଫିକେସନ ଯାଇଛି । ଏବେ କ୍ଲିକ କରନ୍ତୁ , ଆଉ ପୁରସ୍କାର ଟଙ୍କା ଆପଣ ଙ୍କ ଆକାଉଣ୍ଟ କୁ ଚାଲିଯିବ । ଫୋନ ପେ ବ୍ୟବହାର କରୁଥିବା ବ୍ୟକ୍ତି ମଧ୍ୟ ଠକ ର କମାଣ୍ଡ ଅନୁଯାୟୀ କାର୍ଯ୍ୟ କଲେ । କିନ୍ତୁ କିଛି ସମୟ ପରେ ମେସେଜ ଆସିଲା ଯେ ତାଙ୍କ ର ୪୫୦୦ ତାଙ୍କା ଟ୍ରାଞ୍ଜାକସନ ଫେଲ ହୋଇଛି । କାରଣ ତାଙ୍କ ଆକାଉଣ୍ଟରେ ଟଙ୍କା ନଥିଲା । ତା ପରଠାରୁ କଲ ଆସିଥିବା ନମ୍ବର ଲାଗୁନି । ଏହି ବାବୁ ଜଣଙ୍କ ଠକେଇରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ସେହିପରି ଆଉ ଜଣେ ହେଲେ ଗଗନ କୁମାର ସାହୁ , ଘର ଚାନ୍ଦବାଲି ଥାନା ମତୋ ଅଞ୍ଚଳ ରେ । ତାଙ୍କୁ ମେସେଜ ଆସିଲା ଯେ ଫ୍ଲିପକାର୍ଟରୁ ଆପଣ ରିୱାର୍ଡ ପାଇଛନ୍ତି । ଏହି ଲିଙ୍କରେ କ୍ଲିକ କରନ୍ତୁ । ୧୦୭୮ ଟଙ୍କା ଆକାଉଣ୍ଟ କୁ ଯିବ । କ୍ଲିକ କରିବା ପରେ ପିନ ଆବଶ୍ୟକ ହେଉଛି । ପିନ ଦେବା ବେଳକୁ ଟଙ୍କା ଟ୍ରାଞ୍ଜାକସନ ସଫଳ ହେଲା ଆଉ ଆକାଉଣ୍ଟରୁ ଟଙ୍କା ଗାୟବ । ତାପରେ ପୁଣି ମେସେଜ ଆସିଲା ଯେ ଫୋନ ପେ ର ରିୱାର୍ଡ ଅଛି। କ୍ଲିକ କରନ୍ତୁ ଆଉ ଟଙ୍କା ଜିତନ୍ତୁ । ବାସ ଏଥର ମଧ୍ୟ ସମାନ କଥା । ସବୁ ପରେ ପୁଣି ଟଙ୍କା ପଳାଇଲା ଆକାଉଣ୍ଟରୁ । ଏମିତି ଭାବେ ୨ ଥର ଠକେଇରେ ପ୍ରାୟ ୫ ହଜାର ଟଙ୍କା ପଳାଇଗଲା । କଲ ଆସିଥିବା ନମ୍ବର କୁ କଲ କରିବାରୁ ଠକ କହୁଛନ୍ତି ଯେ ଆପଣ ଆଉ ଗୋଟିଏ ଆକାଉଣ୍ଟ ନମ୍ବର ଦିଅନ୍ତୁ , ନହେଲେ କ୍ରେଡିଟ କାର୍ଡ , ଡେବିଟ କାର୍ଡ ନମ୍ବର ଦିଅନ୍ତୁ ଟଙ୍କା ଫେରାଇ ଦେବୁ ।

ଫୋନ ପେ , ଫ୍ଲିପକାର୍ଟ କଥା ଗଲା , ଏବେ ଯିବା ଫେସବୁକ ଆଉ ଗୁଗୁଲ ପେ କୁ । ଏଠି ଠକେଇ ର ଶିକାର ହେଉ ହେଉ ବଞ୍ଚିଗଲେ ଜଣେ ଆଇନଜୀବୀ । ଏହି ଆଇନଜୀବୀ ହେଉଛନ୍ତି ଭଦ୍ରକ ଜିଲ୍ଲା ର ଗଦାଧର ବଳ । ଏଥର କିନ୍ତୁ ତାଙ୍କ ଫେସବୁକ ହ୍ୟାକ ହୋଇଗଲା । ତାଙ୍କ ସାଙ୍ଗ ଙ୍କ ପାଖକୁ ମେସେଜ ଗଲା ଯେ ବହୁତ ଅର୍ଜେଣ୍ଟ ଅଛି , ଟଙ୍କା ପଠାଅ । ୨୦ ମିନିଟରେ ପଠାଅ । ଏମିତି ଜଣେ ନୁହେଁ ପ୍ରା ୟ ୫ରୁ ଅଧିକ ସାଙ୍ଗଙ୍କ ନିକଟ କୁ ମେସେଜ ଯାଇଛି । କେତେକ ସାଙ୍ଗ ଗଦାଧରଙ୍କୁ କଲ କରି ପଚାରିବାରୁ ଜଣାପଡିଲା ଯେ ଫେସବୁକ ହ୍ୟାକ ହୋଇଛି । ଆଉ ହ୍ୟାକର ଟଙ୍କା ମାଗୁଛନ୍ତି ଏମିତି କି ନିଜ ଗୁଗୁଲପେ ନମ୍ବର ଦେଇଛନ୍ତି । ଆଉ ଟିକେ ଶୀଘ୍ର ପକାଇବା ପାଇଁ ବାରମ୍ବାର ମେସେଜ ମଧ୍ୟ କରିଛନ୍ତି । ଏଥର ଆଇନଜୀବୀ ନିଜ ଫେସବୁକ କୁ ବ୍ଲକ କରି ଦେଇଛନ୍ତି ।

ଏ ସଂପର୍କରେ ଜଣେ ସାଇବର ଏକ୍ସପର୍ଟ କହିଛନ୍ତି ଠକେଇ ରୁ ବର୍ତ୍ତିବା ପାଇଁ ଲୋକ ସଚେତନ ହେବାର ଆବଶ୍ୟକ ଅଛି । କୌଣସି ଆପ ବ୍ୟବହାର କରିବା ପୂର୍ବରୁ ତାର ସୁରକ୍ଷା ବ୍ୟବସ୍ଥା କୁ ପରଖିବା ଆବଶ୍ୟକ । ତାସହ ଟେକ୍ନୋଲୋଜି ର ମଧ୍ୟ ପରିବର୍ତ୍ତନ ର ଆବଶ୍ୟକତା ମଧ୍ୟ ରହିଛି । ସମୟ ସହ ସମସ୍ତ ଆପ ନିଜର ସୁରକ୍ଷା ଫିଚର କୁ ପରିବର୍ତ୍ତନ କରିବା ଆବଶ୍ୟକ । ବିଭିନ୍ନ ସଂଗଠନ ମଧ୍ୟ ଏଥି ପାଇଁ ସତର୍କ ରହିବା ଜରୁରୀ । ତେବେ ଏହି ଠକାମି କୁ ଫିସିଙ୍ଗ ହ୍ୟାକ କୁହାଯାଏ ବୋଲି କହିଛନ୍ତି ।

ଆପ ବ୍ୟବହାର କରୁଥିବା ଉପୋଭୋକ୍ତା ଙ୍କ ସଂଖ୍ୟା ବଢୁଛି । ବ୍ୟବହାରକାରୀ ଙ୍କୁ ଠକିବା ପାଇଁ ଠକ ମଧ୍ୟ ନୂଆ ଉପାୟ ବାହାର କରୁଛନ୍ତି , ପ୍ରଥମେ ଟଙ୍କା ଜିତିବାର ଥୋପ ଦେଖାଇ ଆକାଉଣ୍ଟ ରୁ ଟଙ୍କା ଗାୟବ କରୁଛନ୍ତି । ତେଣୁ ବେଳୁ ସାବଧାନ ନହେଲେ ଠକ ଙ୍କ ସଂଖ୍ୟା ବଢିବ ଆଉ ଠକେଇ ମଧ୍ୟ କିଛି କମ ହେବନି ।