ପିକଅପ୍ ଡାଲାରେ କଟା ହାତ !ସାଇକେଲ ଆରୋହୀ ଗୁରୁତର

ଦୁର୍ଘଟଣା ପରେ ସାଇକେଲ ଆରୋହୀଙ୍କ କଟା ହାତ ନେଇ ପଳାଇଲା ପିକ୍‌ଅପ୍‌ ଡ୍ରାଇଭର । ଗୁରୁତର ସାଇକେଲ ଆରୋହୀ ଗୁରୁଦାସପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ଡାକ୍ତରଖାନା ପଠାଇଲେ ସ୍ଥାନୀୟ ଲୋକେ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଗୁରୁଦାସପୁର ବ୍ରିଜ ନିକଟରେ ।ସୂଚନା ଅନୁସାରେ ଜଳେଶ୍ବର ଥାନା ଗୁରୁଦାସପୁର ଗାଁର ପୂର୍ଣ୍ଣଚନ୍ଦ୍ର ମହାନ୍ତି ବଜାରରୁ କାମ ସାରି ଘରକୁ ଫେରୁଥିବା ବେଳେ ଏକ ପିକଅପ ଭ୍ୟାନ ଦ୍ରୁତ ଗତିରେ ଆସି ପଛପଟୁ ଧକ୍କା ଦେଇଥିଲା ।

ଫଳରେ ପିକଅପ୍ ଡାଲାରେ କଟା ହାତ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ । ପରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ବର ହସପିଟାଲରେ ଭର୍ତ୍ତି କରିଥିଲେ ଲୋକେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି । ଡ୍ରାଇଭର ଫେରାର ହୋଇଯାଉଥିବାବେଳେ ସ୍ଥାନୀୟ ଲୋକେ କାବୁ କରି ରାଇବଣିଆ ପୋଲିସକୁ ଖବର ଦେଇଥିଲେ । ପୋଲିସ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି ।

You might also like