ରୁଷିଆ ଯିବା ପୂର୍ବରୁ ସାରା ବିଶ୍ୱକୁ ଏମିତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠୁ ରୁଷ୍‌‌ ଗସ୍ତରେ ଯାଉଛନ୍ତି। କାଜାନ୍‌‌ରେ ଆୟୋଜିତ ଷୋଡଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ରୁଷ୍‌‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ ରକ୍ଷା କରି ମୋଦୀ ଦୁଇ ଦିନିଆ ରୁଷ୍‌‌ ଗ୍ରସ୍ତରେ ଯାଇଛନ୍ତି। ସେ ସକାଳ ପ୍ରାୟ ୭.୪୦ ସମୟରେ ଭାରତ ଛାଡିଛନ୍ତି ଏବଂ ଦିନ ୧ଟା ମଧ୍ୟରେ ରୁଷିଆରେ ପହଞ୍ଚିବେ।

ରୁଷିଆର ଯିବା ପୂର୍ବରୁ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ମୁଁ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆର କଜାନକୁ ଯାଉଛି। ବ୍ରିକ୍ସକୁ ଭାରତ ଗୁରୁତ୍ୱ ଦେଉଛି ଏବଂ ମୁଁ ସେଠାରେ ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା କରିବାକୁ ଅପେକ୍ଷା କରିଛି। ମୁଁ ସେଠାରେ ବିଭିନ୍ନ ନେତାଙ୍କୁ ଭେଟିବାକୁ ଅପେକ୍ଷା କରିଛି।ରୁଷିଆ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଶ୍ୱର ବିକାଶ ଏଜେଣ୍ଡା, ଉନ୍ନତ ବହୁପକ୍ଷୀୟତା, ଜଳବାୟୁ ପରିବର୍ତ୍ତନ, ଅର୍ଥନୈତିକ ସହଯୋଗ, ସାଂସ୍କୃତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ବ୍ରିକ୍ସ ମଧ୍ୟରେ ଘନିଷ୍ଠ ସହଯୋଗକୁ ଭାରତ ଗୁରୁତ୍ୱ ଦେଉଛି। ଗତ ବର୍ଷ ନୂତନ ସଦସ୍ୟଙ୍କ ଯୋଗଦାନ ସହିତ ବ୍ରିକ୍ସର ସମ୍ପ୍ରସାରଣ ଏହାର ଅନ୍ତର୍ଭୂକ୍ତିକୁ ଏବଂ ବିଶ୍ୱର ମଙ୍ଗଳ ପାଇଁ ଏଜେଣ୍ଡାକୁ ଯୋଡିଛି।ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ରାଷ୍ଟ୍ରପତି ଜିନପିଙ୍ଗ୍‌‌ଙ୍କୁ ସାକ୍ଷାତ କରିବା ସହ ଦ୍ୱିପାକ୍ଷିକ ଆଲୋଚନା କରିବାର ସମ୍ଭାବନା ରହିଛି। ମୋଦୀ ଏବଂ ଜିନପିଙ୍ଗ୍‌‌୍‌‌ଙ୍କ ସାକ୍ଷାତ ଉପରେ ସମସ୍ତଙ୍କ ନଜର ରହିଛି। କାଣଣ ଏହି ସମ୍ମିଳନୀ ପୂର୍ବରୁ ଏଲଏସିରେ ଗଲୱାନ ପାଟ୍ରୋଲିଂକୁ ନେଇ ଭାରତ ଓ ଚୀନ ମଧ୍ୟରେ ବୁଝାମଣା ହୋଇଛି। ୨୦୨୦ର ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଉଭୟ ଦେଶ ପାଟ୍ରୋଲିଂ କରିବାକୁ ରାଜି ହୋଇଛନ୍ତି।