ଓଡ଼ିଶା ଆସୁଛନ୍ତି ପିଏମଓର ଦୁଇ ଟପ୍ ଅଫିସର ପିକେ ମିଶ୍ର ଓ ଶକ୍ତିକାନ୍ତ ଦାସ ।
ଓଡ଼ିଶା ଆସୁଛନ୍ତି ପିଏମଓର ଦୁଇ ଟପ୍ ଅଫିସର ପିକେ ମିଶ୍ର ଓ ଶକ୍ତିକାନ୍ତ ଦାସ । ଏହି ଦୁଇ ପାୱାରଫୁଲ ଅଫିସରଙ୍କ ଓଡ଼ିଶା ଗସ୍ତକୁ ନେଇ ବେଶ ଚର୍ଚ୍ଚା । କାରଣ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋକସରେ ରହିଛି ଓଡ଼ିଶା । ଗତ ୯ ମାସରେ ୫ ଥର ଓଡ଼ିଶା ଆସି ସାରିଲେଣି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ହାତ ଭଳି କାର୍ଯ୍ୟ କରୁଥିବା ଏହି ଦୁଇ ଅଫିସର ଆଗପଛ ହୋଇ ଓଡ଼ିଶା ଆସିବ ସରକାର ଓ ସଙ୍ଗଠନ ଦୃଷ୍ଟିରୁ ବେଶ୍ ଗୁରୁତ୍ବ ରଖୁଛି ବୋଲି କୁହାଯାଉଛି । ପିକେ ମିଶ୍ର ଏବଂ ଶକ୍ତିକାନ୍ତ ଦାସଙ୍କ ଓଡ଼ିଶା ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ କେତେକ ବିଭାଗ ସହ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ଓ ତର୍ଜମା କରିବେ ବୋଲି ସୂଚନା ମିଳିଛି ।
