ପୋଈ ଚିଙ୍ଗୁଡ଼ି ଚୁଡ୍‌ଚୁଡ଼ା

ସାମଗ୍ରୀ :
ମଧ୍ୟମ ଆକାରର ଚିଙ୍ଗୁଡ଼ି – ୫୦୦ଗ୍ରାମ
ପୋଈ ଶାଗ- ୧୨-୧୪ଟି ପତ୍ର
ରିଫାଇନ ତେଲ- ଅଧା କପ୍
ପିଆଜ – ସରୁ ସରୁ କଟା ହୋଇଥିବା ଦୁଇଟା
ରସୁଣ- ଗୋଟିଏ
ସୋରିଷ – ୨ ବଡ଼ ଚାମଚ
ଜିରା – ଅଧା ଚାମଚ
ଶୁଖିଲା ଲଙ୍କା – ୭ଟା
ଟମାଟୋ – ୨ଟା
ଲୁଣ – ସ୍ଵାଦ ଅନୁସାରେ
ହଳଦି- ୧ ଚାମଚ
ଲଙ୍କା ଗୁଣ୍ଡ – ଅଧା ଚାମଚ


ପ୍ରସ୍ତୁତି ପ୍ରଣାଳୀ :
୧. ଚିଙ୍ଗୁଡ଼ିକୁ ଭଲକରି ସଫା କରି ଦିଅନ୍ତୁ
୨. ପ୍ରଥମେ କଡେଇକୁ ଗରମ କରି ୪ ଚାମଚ ତେଲ ପକାଇ ବିଙ୍ଗୁଡି ପକାଇ ୧ ଛୋଟ ଚାମଚ ହଳଦି ଓ ଅଳ୍ପ ଲୁଣ ଦେଇ ଭାଜନ୍ତୁ । ଭଲକରି ଭାଜି ହୋଇଗଲା ପରେ ଚିଙ୍ଗୁଡିକୁ କାଢ଼ି ଅଲଗା ରଖି ଦିଅନ୍ତୁ ।
୩. ତାପରେ ଶୋରିଷ, ୪ ପାଖୁଡ଼ା ରସୁଣ, ୪ଟି ଶୁଖିଲା ଲଙ୍କା ଓ ଜିରାକୁ ଭଲ ଭାବରେ ବାଟି ଦିଅନ୍ତୁ
୪. କଡ଼େଇରେ ତେଲ ପକାନ୍ତୁ, ତେଲ ଗରମ ହେଲା ପରେ ୧ ଚାମଚ ଫୁଟଣ ପକାନ୍ତୁ ଓ ସେଥିରେ କଟା ପିଆଜ ଓ ୭ କୋଲା ରସୁଣ ଦେଇ ହାଲକା ଭାବେ ଭାଜନ୍ତୁ ।


୫. ଏବେ ଏଇ ଭଜାରେ ଶୋରିଷ ବଟା ଦିଅନ୍ତୁ ଓ ଭାଜନ୍ତୁ । ଏବେ ଏଥିରେ କଟା ଟମାଟୋ ଦେଇ ସ୍ଵାଦ ଅନୁସାରେ ଲୁଣ, ଅଳ୍ପ ହଳଦି, ଅଳ୍ପ ଲଙ୍କା ଗୁଣ୍ଡ ଦେଇ ଢ଼ାଙ୍କି ଦିଅନ୍ତୁ ।
୬. ଏବେ ଢ଼ାଙ୍କୁଣୀ କାଢ଼ି ସେଥିରେ ଚିଙ୍ଗୁଡ଼ି ପକାଇ ଭଲକରି ମିଶାଇ ଦିଅନ୍ତୁ ।
୭. ତାପରେ ଏଥିରେ ଗୋଟିଏ କପ ପାଣି ଦିଅନ୍ତୁ ।
୮. ପୁଣି ଫୁଟି ଗଲା ପରେ ଏଥିରେ ପୋଈ ପତ୍ରକୁ ଚୁନା ଚୁନା କାଟି ପକେଇ ଦିଅନ୍ତୁ ।
୯. ଦୁଇ ମିନିଟ୍ ପରେ ଚୂଲାରୁ ଓହ୍ଲାଇ ଆଣି ଗରମ ଗରମ ପରଶି ଦିଅନ୍ତୁ ପୋଈ ଚିଙ୍ଗୁଡ଼ି ଚୁଡଚୁଡା… ।