କଟକରରେ ନକଲି ଅଏଲ୍ କମ୍ପାନୀରେ ଚଢାଉ

କଟକ ଜଗତପୁରରେ ନକଲି ମୋବିଲ କମ୍ପାନୀ ଠାବ ହୋଇଛି। ଜଗତପୁର ଥାନା ସୁନାରୀବଣ ଅଞ୍ଚଳରେ ଥିବା ଏହି ନକଲି କମ୍ପାନୀ ଉପରେ ବୁଧବାର ପୁଲିସ ଏବଂ ଓଜନ ମାପ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ଗୁପ୍ତ କାରଖାନାଟି ପ୍ରସିଦ୍ଧ ଇଞ୍ଜିନ ଅଏଲ ବ୍ରାଣ୍ଡଗୁଡ଼ିକର ନାମ ଏବଂ ଲୋଗୋ ଦୁରୁପଯୋଗ କରି ଚାଲିଥିଲା ଏବଂ ଅଜାଣତ ଗ୍ରାହକମାନଙ୍କୁ ନକଲି ଇଞ୍ଜିନ ଅଏଲ ଏବଂ ଆକ୍ସେସୋରୀଜ ବିକ୍ରି କରୁଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଏବଂ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କ ପ୍ରାଥମିକ ଗୁଇନ୍ଦା ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଥିଲା।ତେବେ ଗାଁ ଭିତରେ ଦୀର୍ଘଦିନ ଧରି ଚାଲିଥିଲା ଏହି ନକଲି କମ୍ପାନୀ । ପୋଡ଼ା ଇଞ୍ଜିନ ଅଏଲରୁ ତିଆରି ହେଉଥିଲା ଏହି ସକ୍‌ଅବଜରବର ଅଏଲ୍ । ଚଢାଉ ବେଳେ କମ୍ପାନୀ ତାଲା ଭାଙ୍ଗି ପଶିଲା ପୋଲିସ ।ଏହି ଅପରେସନ ପଛରେ ଥିବା ମୁଖ୍ୟ କାରଣୀମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ସପ୍ଲାଇ ଚେନ୍‌କୁ ଖୋଜିବା ପାଇଁ ଅଧିକ ତଦନ୍ତ ଚାଲିଛି। ପୋଲିସ ଏହି ପ୍ରତାରଣାମୂଳକ କାର୍ଯ୍ୟରେ ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛି।

You might also like