କାଲି ସୁଦ୍ଧା ଭୁବନେଶ୍ବର ଛାଡ଼ିବେ ପାକିସ୍ତାନୀ ମହିଳା,ନିର୍ଦ୍ଦେଶ ପରେ ପହଞ୍ଚିଲା Police

ପାକିସ୍ତାନୀ ଭାରତ ଛାଡ଼ିବା ପାଇଁ ଆଜି ସରୁଛି ଡେଡଲାଇନ। ୪୮ ଘଣ୍ଟାର ମହଲତ ପୁରିବା ପରେ ଏବେ ପାକିସ୍ତାନୀଙ୍କୁ ଘାରିଛି ଭାରତ ଛାଡ଼ିବା ଭୟ। ଓଡ଼ିଶାରେ ରହିଛନ୍ତି ୧୨ ପାକିସ୍ତାନୀ। ଭୁବନେଶ୍ବରରେ ଜଣେ ପାକିସ୍ତାନୀ ମହିଳା ଶାରଦା କୁକ୍ରେଜାଙ୍କୁ ଏବେ ଭାରତ ଛାଡିବାକୁ ନୋଟିସ ଜାରି କରିଛି କମିସନରେଟ ପୋଲିସ। ଘରେ ବର୍ତ୍ତମାନ ଟାଉନ ଥାନା ପୋଲିସ ପହଞ୍ଚିଛି। ଭାରତ ଛାଡ଼ିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପରେ ପୋଲିସ ତାଙ୍କ ଘରେ ପହଞ୍ଚିଛି। ଠିକାଦାରପଡ଼ା ସ୍ଥିତ ଘରେ ପୋଲିସ ଟିମ୍ ପହଞ୍ଚିଛିଦୀର୍ଘମିଆଦୀ ଭିସାରେ ଆସିଥିଲେ ପାକିସ୍ତାନୀ ମହିଳା। ତାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଯାଇଛି। ଏବେ ନୋଟିସ ପରେ ସେ ପାକିସ୍ତାନ ଯିବେ ବୋଲି କହିଛନ୍ତି ଡିସିପି ଭୁବନେଶ୍ୱର । ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କରେ ସୁଧାର ଆସିଲେ ପୁଣି ଭାରତ ଫେରିବେ ବୋଲି ଆଶା ରଖିଛନ୍ତି ନଗମାଙ୍କ ସ୍ବାମୀ।ସେ ଆହୁରି କହିଛନ୍ତି ଯେ, ମୋର କେହି ପାକିସ୍ତାନରେ ନାହାନ୍ତି, କୁଆଡେ ଯିବି। ପାକିସ୍ତାନ ଛାଡ଼ିବା ପରଠୁ କେବେ ଆଉ ଯାଇନି। କେବେ ପାକିସ୍ତାନର କାହା ସହ ମଧ୍ୟ କଥା ହୋଇନି। ଏଠି ବିବାହ କରିବା ପରେ ମୁଁ ଝିଅ ଜନ୍ମ ଦେଇ ବାହା ଦେଇ ସାରିଛି। ପରିବାରକୁ ଛାଡ଼ି ଆଉ କୁଆଡେ ଯାଇ ପାରିବି ନାହିଁ।

You might also like