ମହାନଦୀ ଜଳ ବିବାଦ ,ଦୋଷ ଲଦାଲଦି ହେଲେ ବିଜେଡି-ବିଜେପି

କଲମାକୁ ନେଇ ରାଜନୀତି ତେଜିଛି । କଲମା ବ୍ୟାରେଜର ସବୁ ଫାଟକ ବନ୍ଦ ହେବା ପରେ ଚର୍ଚ୍ଚା ବଢିଛି । ବର୍ତ୍ତମାନର ସମସ୍ୟାକୁ ନେଇ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବର୍ତ୍ତମାନ ସରକାର । ଆଇନମନ୍ତ୍ରୀ କହିଛନ୍ତି କି, ଯାହା ସମସ୍ୟା ଉପୁଜିଛି ତାହା ସୂତ୍ରଧର ହେଉଛନ୍ତି ପୂର୍ବ ସରକାର। ଆଲୋଚନାକୁ ବାରମ୍ବାର ଡକାଗଲା କିନ୍ତୁ ଆଲୋଚନାକୁ ଆସିଲେ ନାହିଁ କି ସମସ୍ୟାର ସମଧାନ କଲେ ନାହିଁ । ସୁଯୋଗ ଥିଲା କିନ୍ତୁ କେହି ଚେଷ୍ଟା କଲେନି । ମହାନଦୀ ଜଳ ବିବାଦକୁ ନେଇ ଆଇନ ମନ୍ତ୍ରୀ ଦେଇଥିବା ମନ୍ତବ୍ୟର କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ଡବଲ ଇଞ୍ଜିନ ସରକାର ୨୦୨୪ ନିର୍ବାଚନ ପୂର୍ବରୁ ଚିଲେଇ ଚିଲେଇ କହିଲେ ଆମକୁ ଭୋଟ ଦିଅ ସବୁ ସମସ୍ୟାର ସମାଧାନ କରିବୁ l

ହେଲେ ସରକାରକୁ ଆସିଲା ପରେ ସବୁ ଭୁଲିଗଲେ। ଏବେ ଛତିଶଗଡ଼-କେନ୍ଦ୍ର-ଓଡି଼ଶାରେ ଟ୍ରିପଲ୍ ଇଞ୍ଜିନ ସରକାର । ଲୋକମାନେ ଆଶା ଓ ଭରସାରେ ଭୋଟ ଦେଇଥିଲେ ମହାନଦୀ, ପୋଲାଭରମ ପ୍ରସଙ୍ଗର ବିଜେପି ସରକାର ସମାଧାନ କରିବେ । ସରକାର ସମାଧାନ କରିବେ କଣ, ସେ ନେଇ ଟିକେ ଚିନ୍ତା ବି ନାହିଁ ବୋଲି କହିଛନ୍ତି ଅରୁଣ ।ପ୍ରଥମେ ସବୁ ମନ୍ତ୍ରୀଙ୍କ ଘରୁ ପାଣି ପାଇପ କନକେସନ କାଟି ଦିଆଯାଉ । ତାପରେ ଜାଣିବେ ପାଣି ପାଇଁ କେମିତି ଲୋକେ ଛଟପଟ ହୁଅନ୍ତି । କଲମା ଗେଟ ଆପେ ଆପେ ଯାଇ ଖୋଲିବେ । ସେମାନେ ଏବେ ସରକାରରେ ଅଛନ୍ତି । ଟ୍ରିପଲ ଇଂଜିନ ସରକାର ସମସ୍ୟା ସମାଧାନ କରନ୍ତୁ। କଲମା ଗେଟ ତୁରନ୍ତ ଖୋଲନ୍ତୁ ତାପରେ ଯାଇ ସମସ୍ୟାର ସମାଧାନ ହେବ ।

You might also like