ରାଜ୍ୟରେ ହେବ Premarital Counseling Center

ଓଡ଼ିଶାରେ ଯୁବପିଢ଼ିଙ୍କ ମଧ୍ୟରେ ଛାଡପତ୍ର ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ନିଆରା ପ୍ରୟାସ ଗ୍ରହଣ କରିଛନ୍ତି । Premarital counseling center ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସେଣ୍ଟରର ବିବାହ ପୂର୍ବରୁ ଉଭୟ ଯୁବକ ଓ ଯୁବତୀଙ୍କୁ ବିବାହ ବନ୍ଧନରେ କିଭଳି ଖୁସି ରହିପାରିବେ ସେ ନେଇ ବୁଝାଯିବ। ସମଗ୍ର ଦେଶରେ ଏହି ସେଣ୍ଟର ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଜାତୀୟ ମହିଳା କମିଶନ।

ଓଡିଶା ପ୍ରଥମେ ଏହାକୁ ଲାଗୁ କରିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏହି ସେଣ୍ଟରରେ ମେଣ୍ଟାଲ ହେଲଥ ଉପରେ ଗୁରୁତ୍ୱ ଦିଆଯିବ । ବର୍ତ୍ତମାନ ଦେଶ ଓ ରାଜ୍ୟରେ ଛାଡପତ୍ର ସଂଖ୍ୟା ବଢ଼ୁଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ଏହି ସଂଖ୍ୟା କମାଇବା ପାଇଁ ପ୍ରି ମାରିଟାଲ କାଉନସେଲିଂ ସେଣ୍ଟର କରିବା ସହ ଗ୍ରାମାଞ୍ଚଳରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗ୍ରାମ ସଭା କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏହା ସରକାରୀ ଓ ବେସରକାରୀ ସ୍ତରରେ କାର୍ଯ୍ୟ କରିବ। ଏହା ଦ୍ଵାରା ଛାଡପତ୍ର ମାମଲା କମିବାର ସମ୍ଭାବନା ରହିଛି ।

You might also like