ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 

ସଂସଦର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି। ଏହି ଅଧିବେଶନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ଆରମ୍ଭ ହୋଇଛି। ମହାକୁମ୍ଭରେ ମୌନୀ ଅମାବାସ୍ୟାରେ ଘଟିଥିବା ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି |ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ନିଷ୍ପତ୍ତି ନେଉଛି। ୨ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ସ୍ଵାମୀତ୍ଵ କାର୍ଡରେ ସାମିଲ କରାଯାଇଛି। ଆୟୁଷ୍ମାନ୍ ଯୋଜନାରେ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ସୀମା ବୃଦ୍ଧି କରାଯାଇଛି।

ସମସ୍ତଙ୍କୁ ଆବାସ ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି। ୧୦ ବର୍ଷ କାର୍ଯ୍ୟକାଳରେ ବିକଶିତ ଭାରତକୁ ଗତି ଦେଇଛି।ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିସ୍ତାର କରିବା ଏବଂ ତିନି କୋଟି ଅତିରିକ୍ତ ପରିବାରକୁ ନୂତନ ଘର ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି।’ ଆଦିବାସୀ ସମାଜର ପାଞ୍ଚ କୋଟି ଲୋକଙ୍କ ପାଇଁ ‘ଧରତୀ ଆବା ଜନଜାତୀ ଗ୍ରାମ ଉତ୍କର୍ଷ’ ଅଭିଯାନ ଆରମ୍ଭ କରାଯାଇଛି। ଆଜି, ମୋ ସରକାର ଅଭୂତପୂର୍ବ ସଫଳତା ମାଧ୍ୟମରେ ଭାରତର ବିକାଶ ଯାତ୍ରାର ଏହି ଅମୃତ କାଳକୁ ନୂତନ ଶକ୍ତି ପ୍ରଦାନ କରୁଛି। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ, ୭୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ଛଅ କୋଟି ବରିଷ୍ଠ ନାଗରିକଙ୍କୁ ସ୍ବାସ୍ଥ୍ୟ ବୀମା ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି।ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ଗରିବଙ୍କ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଶିକ୍ଷା ଓ ରୋଜଗାର ଉପରେ ଗୁରୁତ୍ୱ ଦିଆଯାଉଛି । ବନ୍ଦେ ଭାରତ ଓ ନମୋ ଭାରତ ଟ୍ରେନ ଦୌଡୁଛି । ଭାରତ ବିଶ୍ୱର ୩ୟ ବଡ଼ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି । ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ଗଠନ ହୋଇଛି ।

You might also like