ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତରେ ! ଏମିତି ପତ୍ରରେ ଖାଇ କଣ କହିଲେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତରେ ଅଛନ୍ତି। ରାତ୍ରୀଭୋଜନ ସମୟରେ, ପ୍ରଧାନମନ୍ତ୍ରୀ ରାଣା ମୋହିପଙ୍କୁ ଭେଟିଥିଲେ। ସେ କିଛି ବର୍ଷ ପୂର୍ବେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀରେ ‘ବୈଷ୍ଣବ ଜନ ତୋ’ ଭଜନ ଗାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ରାଣା ମୋହିପଙ୍କର ଭାରତୀୟ ସଙ୍ଗୀତ ଏବଂ ସଂସ୍କୃତି ପ୍ରତି ଗଭୀର ପ୍ରେମ ଅଛି। ରାତ୍ରୀ ଭୋଜନ ସମୟରେ ସେ ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀଙ୍କୁ ଅଯୋଧ୍ୟାର ରାମ ମନ୍ଦିରର ଏକ ପ୍ରତିକୃତି ପ୍ରଦାନ କରିଥିଲେ।
ଏହା ସହିତ, ସେ ସରୟୁ ନଦୀ ଏବଂ ଚଳିତ ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭର ପବିତ୍ର ଜଳ ମଧ୍ୟ ପ୍ରଦାନ କରିଥିଲେ। ତେବେ ସେଠାରେ ତାଙ୍କ ସମ୍ମାନାର୍ଥେ ଏକ ରାତ୍ରୀଭୋଜନର ଆୟୋଜନ କରାଯାଇଥିଲା। ଏହି ସମୟରେ ତାଙ୍କୁ ଏକ ସ୍ବତନ୍ତ୍ର ପତ୍ର ସୋହରୀରେ ଖାଦ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ, ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଏହି ପତ୍ର ତାଙ୍କ ସଂସ୍କୃତି ପାଇଁ ବହୁତ ସ୍ବତନ୍ତ୍ର। ସେ ସୋସିଆଲ ମିଡିଆରେ କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି |ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସୋହରୀ ପତ୍ର ତ୍ରିନିଦାଦ ଏବଂ ଟୋବାଗୋର ଲୋକଙ୍କ ପାଇଁ, ବିଶେଷକରି ଭାରତୀୟ ବଂଶୋଦ୍ଭବ ଲୋକଙ୍କ ପାଇଁ ବହୁତ ସ୍ବତନ୍ତ୍ର। ଏଠାରେ ପର୍ବ ଏବଂ ବିଶେଷ କାର୍ଯ୍ୟକ୍ରମରେ ଏହି ପତ୍ରରେ ଖାଦ୍ୟ ପରିବେଷଣ କରାଯାଏ। ଏହି ପତ୍ର ଏକ ଉଷ୍ଣକଟିବନ୍ଧୀୟ ଉଦ୍ଭିଦରୁ ଆସିଥାଏ, ଯାହା ଭାରତରେ କଦଳୀ ଗଛ ପରି। ଭାରତୀୟ ବଂଶୋଦ୍ଭବ ଲୋକମାନେ ଏବେ ବି ବିଶେଷ ଅବସରରେ ପତ୍ରରେ ଖାଦ୍ୟ ଖାଇବାର ପରମ୍ପରା ପାଳନ କରୁଛନ୍ତି।
