ପ୍ରଧାନମନ୍ତ୍ରୀ ଓଡ଼ିଆ ଗାୟିକା ନମିତା ଅଗ୍ରଓ୍ବାଲଙ୍କ କଣ୍ଠରେ ରାମ ଭଜନର ଏକ ଭିଡିଓ ଶେୟାର କରିଛନ୍ତି।

ଆସନ୍ତା ଜାନୁଆରୀ ୨୨ରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ହେବ | ଏଥିପାଇଁ ସାରା ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ଗାୟିକା ନମିତା ଅଗ୍ରଓ୍ବାଲଙ୍କ କଣ୍ଠରେ ରାମ ଭଜନର ଏକ ଭିଡିଓ ଏକ୍ସରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ କହିଛନ୍ତି, ଭାରତର ପ୍ରତ୍ୟେକ କୋଣରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ଭକ୍ତି ଓ ପ୍ରେମ ଅଛି। ପ୍ରତ୍ୟେକ ଭାଷାରେ ମଧ୍ୟ ଆପଣ ତାଙ୍କ ପାଇଁ ଉତ୍ସର୍ଗୀକୃତ ଅନେକ ସୁନ୍ଦର ଭଜନ ପାଇବେ। ଓଡିଆରେ ହୋଥିବା ଭଜନ ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ … ଏହା ବହୁତ ସୁନ୍ଦର ଓ ଭକ୍ତିମୟ ଅଟେ |