କଟକରେ ୱାକଫ୍ ବିରୋଧରେ ମୁସଲମାନଙ୍କ ପଦଯାତ୍ରା ! ୪ ପ୍ଲାଟୁନ୍ ପୋଲିସ ଛାଉଣି

ୱାକଫ୍ ଆଇନକୁ ବିରୋଧ କରି ଆଜି କଟକ ମୁସଲମାନ ସମ୍ପ୍ରଦାୟର ପଦଯାତ୍ରା । କଟକ ଗାନ୍ଧୀ ଭବନ ଠାରୁ ଜିଲ୍ଲାପଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରୁଛନ୍ତି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କଟକରେ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ୱକଫ୍ ସଂଶୋଧନ ବିଲକୁ ଦେଶବ୍ୟାପୀ ମୁସଲମାନ ସମ୍ପ୍ରଦାୟ ବିରୋଧ କରୁଛନ୍ତି । ଏହାକୁ ନେଇ ଅନେକ ସ୍ଥାନରେ ଦଙ୍ଗା ମଧ୍ୟ ଦେଖିବାକୁ ମିଳିଛି । ପୂର୍ବରୁ ମଧ୍ୟ ଏହି ଆଇନକୁ ବିରୋଧ କରି ମେଳି ବାନ୍ଧିଥିଲେ ମୁସଲିମ୍‌ ସମ୍ପ୍ରଦାୟର ଲୋକ,ଏହା ସହ ଦଳର ସୁପ୍ରିମୋଙ୍କୁ ଭେଟିବାକୁ ମଧ୍ୟ କହିଥିଲେ । ଆଜି ମଧ୍ୟ ଶହ ଶହ ଲୋକ ନିଜ ସ୍ୱଇଚ୍ଛାରେ ଆସି ଏହି ପଦ ଯାତ୍ରାରେ ସାମିଲ ହେଉଛନ୍ତି ।

You might also like