ଅଦିନିଆ ରଥଯାତ୍ରା କଲେ ନିଆଯିବ ଆଇନଗତ ପଦକ୍ଷେପ: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଯଦି କେହି ଅଦିନିଆ ରଥଯାତ୍ରା କରିବେ ତେବେ ତାଙ୍କ ଉପରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ। ଏନେଇ ଶ୍ରୀ ମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି | ଗଜପତି ମହାରାଜା ମଧ୍ୟ ପତ୍ର ଲେଖି ସାରିଛନ୍ତି | ଗତବର୍ଷ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ମଧ୍ୟ ଗଜପତି ମହାରାଜ କଡ଼ା ଚେତାବନୀ ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜ କହିଥିଲେ, ଅଦିନିଆ ରଥଯାତ୍ରା ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ କରୁଛି । ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଠିକ୍ ନୁହେଁ । ଏହି ଅଦିନିଆ ରଥଯାତ୍ରା ବନ୍ଦ ନକଲେ ଆଇନଗତ ବିକଳ୍ପ ନେଇ ବିଚାର କରାଯିବ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ତାଗିଦ କରିଥିଲେ ।

You might also like