କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ପୁରୀ ଶଙ୍କରାଚାର୍ଯ୍ୟ

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ପୁରୀ ଶଙ୍କରାଚାଯ୍ୟ । ଧାର୍ମିକ ବ୍ୟବସ୍ଥାରେ ନିଷ୍ପତ୍ତି ନେବାରେ ଅସଫଳ । କେବଳ ନିଜର ଆତ୍ମପ୍ରଚାର ପାଇଁ କାମ କରୁଛନ୍ତି । ନିର୍ୱାଚନ ପୂର୍ୱରୁ ଭୟରେ ଭେଟି ଆଶୀର୍ୱାଦ ନେଇଥାନ୍ତି । ଶ୍ରୀମନ୍ଦିର ପ୍ରଶାସନ , ରାଜ୍ୟ ସରକାର ପରାମର୍ଶ ନେଉନାହାନ୍ତି । ଏହା ସହ ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଗୁରୁବାର ପ୍ରବଳ ବର୍ଷିଛନ୍ତି ଗୋବର୍ଦ୍ଧନ ପୀଠ ମୁଖ୍ୟ ତଥା ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ଏହି ମନ୍ଦିରର ନିର୍ମାଣ ଧର୍ମୀୟ ଭାବନା ପାଇଁ ନୁହେଁ, ଆୟ ପାଇଁ ଏହା କରାଯାଇଛି। ବହୁତ ସଂଖ୍ୟାରେ ଭକ୍ତ ପଶ୍ଚିମବଙ୍ଗରୁ ପୁରୀକୁ ଆସିଥାନ୍ତ। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାଣିଶୁଣି ଦୀଘାରେ ଜଗନ୍ନାଥ ମନ୍ଦିର କରିଛନ୍ତି।

You might also like