ଶରଣ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ଗଲା ତୁଳସୀ ହାର

ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ ଶରଣ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ଧାମର ରଥାରୂଢ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିକଟକୁ ଯାଉଛି ତୁଳସୀ ମାଳ, ପଦ୍ମମାଳ ଓ ଗେଣ୍ଡୁମାଳ ।ପବିତ୍ର ବାହୁଡା ଦଶମୀ ଉପଲକ୍ଷେ ୩୫୧ ଫୁଟର ତୁଳସୀ ମାଳ, ୨୫୧ ଫୁଟର ପଦ୍ମମାଳ ଓ ଗେଣ୍ଡୁମାଳ ଇତ୍ୟାଦି ପ୍ରସ୍ତୁତ କରାଯାଇଛି । ଏହି ତୁଳସୀ ମାଳ ଓ ପଦ୍ମଫୁଲ ହାର ଶ୍ରୀକ୍ଷେତ୍ରରେ କାଳିଆ ସାଆନ୍ତଙ୍କ ଠାରେ ଲାଗି ହେବ ।ଏହାର ପ୍ରସ୍ତୁତି କରୁଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କ ଭକ୍ତ ଚିଣ୍ଟୁ ବାବା, ଗ୍ରାମବାସୀ ଓ ଅଗଣିତ ଶ୍ରଦ୍ଧାଳୁମାନେ । ତୁଳସୀ ବଣରୁ ଶଙ୍ଖ, ଘଣ୍ଟ, ଘଣ୍ଟା ଓ ହୁଳହୁଳି, ହରିବୋଲ ଶବ୍ଦ ସହ ଧୂପଦୀପ ଦେଇ ମହାପ୍ରଭୁଙ୍କ ପାଇଁ ତୁଳସୀ ତୋଳାଯାଇ ଗୁନ୍ଥା ଯାଇଥିଲା । ଏହି ସ୍ଥାନରୁ ପ୍ରତ୍ୟେକ ଦିନ ଚିଣ୍ଟୁବାବାଙ୍କ ଦ୍ୱାରା ତୁଳସୀ ଯାଇ ମହାପ୍ରଭୁଙ୍କୁ ଲାଗି ହେଉଛି ।

You might also like