ପାଠଶାଳାରେ ଛୁଆ ହାତୀ ରାଧିକା ଓ ଜଗୁ

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିରେ ଥିବା ହସ୍ତୀ ପାଠଶାଳାକୁ ଦୁଇ ବିଦ୍ୟାର୍ଥି କଳାହାଣ୍ଡି ଓ କେନ୍ଦୁଝରରୁ ଆସିଛନ୍ତି।ମଙ୍ଗଳବାର କୁମାରଖୁଣ୍ଟି ହାତୀ ପାଠଶାଳାରେ ପହଞ୍ଚିଛି ରାଧିକା। ୪ ମାସର ଏହି ହାତୀର ମା ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲେ । ଏହା ପରେ ବେସାହାରା ଅବସ୍ଥାରେ ଏହି ହାତୀ ଛୁଆ ବୁଲିଥିବାରୁ ସେଠାରେ ବନ ଅଧିକାରୀ ତାକୁ ଉଦ୍ଧାର କରିଥିଲେ।

କିନ୍ତୁ ସେଠି ତାର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାକୁ ଚନ୍ଦକା ସ୍ଥାନାନ୍ତରିତ କରାଯାଇଛି। ଚନ୍ଦକାରେ ଏହି ଛୁଆ ହାତୀ ରାଧିକାର ଚିକିତ୍ସା ହେବ। ତେବେ କେନ୍ଦୁଝରରୁ ଆସିଥିବା ୩ ମାସର ‘ଜଗୁ’ ଗୋଠ ଛଡ଼ା ହୋଇଥିଲେ। ଏହାପୂର୍ବରୁ ବାଲ ହସ୍ତୀ ପାଠଶାଳାରେ ଜଗା ନାମକ ଏକ ଛୋଟ ହାତୀ ଥିବା ବେଳେ ଗୋଡ଼ିବାରୀ ପାଠଶାଳାର ମୋଟ ହାତୀଙ୍କ ସଂଖ୍ୟା ୮ରେ ପହଞ୍ଚିଛି |

You might also like