ବ୍ରହ୍ମପୁର ଏମକେସିଜି ମେଡିକାଲରେ ପୁଣି ରେଗିଂ l
ବ୍ରହ୍ମପୁର ଏମକେସିଜିରେ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି । ୨ ହାଉସ୍ ସର୍ଜନଙ୍କୁ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ଜରିମାନା କରାଯାଇଛି ।ରେଗିଂ କରିଥିବା ଦୁଇ ହାଉସ ସର୍ଜନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା । ଏଣ୍ଟି ରେଗିଂ କମିଟିର ବୈଠକରେ ହେଲା ନିଷ୍ପତ୍ତି । ଗତ ମେ ମାସ ୧୨ ତାରିଖରେ ଜଣେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ରେଗିଂ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମେ ୧୩ ତାରିଖରେ ଏମକେସିଜି ମେଡିକାଲ ଡିନଙ୍କୁ ଦୁଇ ଜଣ ରେଗିଂ କରିଥିବା ନେଇ ଲିଖିତ ଅଭିଯୋଗ ଦେଇଥିଲେ ସମ୍ପୃକ୍ତ ଛାତ୍ର ।
