ରାମ କପୁର ୧୮ ମାସରେ କମାଇଲେ ୫୫ କିଲୋ ଓଜନ ।
ମଧୁମେହରେ ପୀଡିତ ରାମ କପୁରଙ୍କ ଓଜନ କ୍ରମାଗତ ଭାବରେ ବଢୁଥିଲା। ଆଉ ତାଙ୍କ ରୋଗକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଥିଲା। କିନ୍ତୁ ସେ ହାର ମାନିନଥିଲେ ଏବଂ ଦୃଢ ନିଷ୍ଠାର ସହିତ ନିଜର ଓଜନ ହ୍ରାସ ଯାତ୍ରା ଆରମ୍ଭ କରିଥିଲେ। ସୁସ୍ଥ ଖାଦ୍ୟପେୟ ଏବଂ ପ୍ରତିଦିନ ବ୍ୟାୟାମ ଦ୍ବାରା ମାତ୍ର ୧୮ ମାସରେ ସେ ୫୫ କିଲୋ ଓଜନ କମାଇବାରେ ସଫଳ ହୋଇଥିଲେ । ଆସନ୍ତୁ ଜାଣିବା କେମିତି ୫୫ କିଲୋ ଓଜନ କମାଇ ନା କେବଳ ମେଦବହୁଳତା , ଡାଏବେଟିସକୁ ଟା ଟା ବାଏ ବାଏ କହିଲେ ଅଭିନେତା ରାମ୍ କପୁର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଓଜନ ୧୪୦ କିଲୋଗ୍ରାମରେ ପହଞ୍ଚିଥିଲା। ଏପରିକି ସେ ୨୦ ଷ୍ଟେପ୍ ଚାଲିଲେ ବି ଥକି ଯାଉଥିଲେ। ମଧୁମେହ ଏବଂ ଗୋଡରେ ଆଘାତ ହେତୁ ଦୈନନ୍ଦିନ କାର୍ଯ୍ୟ କରିବା ତାଙ୍କ ପାଇଁ କଷ୍ଟକର ହୋଇଯାଇଥିଲା। ଯାହାପରେ ସେ ନିରନ୍ତର ଚେଷ୍ଟା କରିଚାଲିଥିଲେ। ମୁଁ ଦୁଇଥର କରିକି ୩୦ କିଲୋଗ୍ରାମ ଓଜନ ହ୍ରାସ କରିଥିଲି। ବର୍ତ୍ତମାନ ମୁଁ ଫିଟନେସ୍ ଜର୍ଣ୍ଣିରେ ରହିଛି।ପ୍ରଥମେ ଗୋଲ୍ ସେଟ୍ କରି ସେ ଏ ଦିଗରେ କାମ କରିବା ଆରମ୍ଭ କରିଥିଲେ । ଏକାଥରେ ଓଜନ କମାଇଦେବା ହାନିକାରକ ତେଣୁ ସେ ଧିରେ ଧିରେ ୱେଟ୍ ଲସ୍ ଜର୍ଣ୍ଣିଂ ଆଡ଼କୁ ଆଗେଇଥିଲେ । ସେଥିପାଇଁ ପ୍ରତି ସପ୍ତାହରେ ସେ ୧ କିଲୋ ଓଜନ କମାଇବାକୁ ଟାର୍ଗେଟ୍ କଲେ । ଫଳ , ପରିବା , ଲିନ୍ ପ୍ରୋଟିନ୍ ୱେଟ୍ ଲସ୍ ଜର୍ଣ୍ଣିଂର ପ୍ରକୃତ ବନ୍ଧୁ । ପ୍ରତିଦିନ ବ୍ୟାୟାମ , ପର୍ୟ୍ୟାପ୍ତ ନିଦ ଓ ହେଲ୍ଦୀ ଡାଏଟ୍ ଏହି ଜର୍ଣ୍ଣିଂକୁ ସହଜ କରିବାର କାମ କରନ୍ତି ।
