ଡେରା ସଚ୍ଚା ମୁଖ୍ୟ ରାମ ରହିମଙ୍କୁ ପୁଣିଥରେ ପାରୋଲ ମିଳିଛି ।

ଆସନ୍ତା ସପ୍ତାହରେ ଦିଲ୍ଲୀ ନିର୍ବାଚନ । ୫ରେ ଭୋଟ ପଡିବ ଓ ୨୮ରେ ଜେଲରୁ ପାରୋଲରେ ବାହାରିଲେ ଡେରା ସଚ୍ଚା ମୁଖ୍ୟ ରାମ ରହିମ । ଦୁର୍ଷ୍କମ ଓ ହତ୍ୟା ମାମଲାର ଦୋଷୀ ରାମ ରହିମ ହରିୟାଣା ସୁନାରିଆ ଜେଲରେ ବନ୍ଦୀ ଥିବାବେଳେ ଏପର୍ୟ୍ୟନ୍ତ ୧୨ଥର ପାରୋଲରେ ଜେଲ ବାହାରିଛନ୍ତି |ରାମ ରହିମଙ୍କୁ ଅକ୍ଟୋବର ୨୦୨୪ରେ ପାରୋଲ ମିଳିଥିଲା । ସେତେବେଳେ ମଧ୍ୟ ତାଙ୍କୁ ୨୦ ଦିନର ପାରୋଲ ମିଳିଥିଲା । ଏହି ସମୟରେ ନିର୍ବାଚନ ସମ୍ବନ୍ଧୀୟ ପ୍ରଚାରରେ ଭାଗ ନେବାକୁ ରୋକ୍ ଲଗାଯାଇଥିଲା । ପାରୋଲ ସର୍ତ୍ତ ଅନୁଯାୟୀ, ରାମ ରହିମଙ୍କୁ କୌଣସି ନିର୍ବାଚନ ପ୍ରଚାରରେ ଭାଗ ନ ନେବାକୁ କୁହାଯାଇଥିଲା ।ଚଳିତବର୍ଷ ଜାନୁଆରୀ ୧୯ରେ ରାମ ରହିମ ଜେଲରୁ ବାହାରିଥିଲେ । ସେତେବେଳେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଯାଚିକା ଦାଖଲକୁ ରାମ ରହିମଙ୍କ ପାରୋଲକୁ ବିରୋଧ କରିଥିଲେ ।

You might also like