ଜାଣନ୍ତୁ ଶ୍ରୀଗୁଣ୍ଡିଚା ଯାତ୍ରା ନୀତି, ଅପରାହ୍ନ ୪ଟାରୁ ରଥଟଣା

ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆସନ୍ତାକାଲି ଦାରୁବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ସକାଳ ୯ ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ ।୯.୧୫ ରେ ମଙ୍ଗଳାର୍ପଣ, ୯.୩୦ ପହଣ୍ଡି ଆରମ୍ଭ, ଦିନ ୧୨.୩୦ ରେ ପହଣ୍ଡି ଶେଷ, ୧୨. ୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଶ୍ରୀଶ୍ରୀମଦନ ମୋହନ, ଶ୍ରୀଶ୍ରୀରାମ ଓ ଶ୍ରୀଶ୍ରୀକୃଷ୍ମ ବିଜେ ନିତି କରାଯିବ । ସେହିପରି ୧.୩୦ ରୁ ୨.୦୦ ପର୍ଯ୍ୟନ୍ତ ଚିତା ଲାଗି ଓ ବେଶ ଶେଷ । ୨.୩୦ ରୁ ୩. ୩୦ ପର୍ଯ୍ୟନ୍ତ ଛେରାପହଁରା, ଚାରମାଳ ଫିଟା, ଘୋଡା ଓ ସାରଖୀ ଲାଗିବ । ଏହାପରେ ଦିନ ୪ଟାରୁ ରଥଟଣା ଆରମ୍ଭ ହେବ ।

You might also like