ଆଜିଠୁ ରାଶନକାର୍ଡ ଅନ୍‌ଲାଇନ ଆବେଦନ ଆରମ୍ଭ

ମାର୍ଚ୍ଚ ୧ରୁ ସମଗ୍ର ରାଜ୍ୟରେ ରାଶନକାର୍ଡ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଠିକ୍‌ ଭାବେ ସର୍ଭେ କରି ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାଶନ କାର୍ଡ ପ୍ରଦାନ କରାଯିବ ବୋଲି ଖାଦ୍ୟ, ଯୋଗାଣ, ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ୪ ଲକ୍ଷ ମୃତ ହିତାଧିକାରୀଙ୍କ ତାଲିକାରୁ କାଟି ଦିଆଯାଇଛି । କେତେକ ଚାକିରିଆ ହିତାଧିକାରୀ ନିଜ ତରଫରୁ ରାସନକାର୍ଡ ଫେରେଇଛନ୍ତି । ଅନ୍ୟପଟେ ଆୟକରଦାତା ରାସନ କାର୍ଡ ହିତାଧିକାରୀଙ୍କ ଉପରେ ଯାଞ୍ଚ ଚାଲିଛି । ତେବେ ଯୋଗ୍ୟ ହିତାଧିକାରୀ ହିଁ ରାସନ କାର୍ଡ ପାଇବେ ।

You might also like