ଏବେ ରାସନ୍ କାର୍ଡରେ ନାଁ ନଥିଲେ ବି ‘ସୁଭଦ୍ରା’ରେ ସାମିଲ ହୋଇପାରିବେ

ସୁଭଦ୍ରା’ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧କୋଟି ୨ଲକ୍ଷ ଜଣ ଆବେଦନ କରିଛନ୍ତି। ଏଥିରୁ ଅଧିକାଂଶ ହିତାଧିକାରୀଙ୍କର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ତାଲିକାରେ ନାମ ନଥିବାରୁ ସେମାନଙ୍କ ଆବେଦନ ଖାରଜ ହୋଇଯାଇଛି। ତେଣୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଜଣେ ମହିଳାଙ୍କର ରାସନ୍‌ କାର୍ଡରେ ନାମ ନଥିଲେ ବି ସେ ‘ସୁଭଦ୍ରା’ ଯୋଜନାରେ ସାମିଲ ହୋଇପାରିବେ। ‘ସୁଭଦ୍ରା’ ହିତାଧିକାରୀ ଚୟନ ବେଳେ ରାସନ୍ କାର୍ଡରେ ନାମ ଥିବା ମାନଦଣ୍ଡକୁ ହଟାଇ ଦିଆଯାଇଛି।