ଏବେ ଦିବ୍ୟାଙ୍ଗଙ୍କ ଘରେ ପହଞ୍ଚିବ କଣ୍ଟ୍ରୋଲ ସାମଗ୍ରୀ ।

ଏବେ ଦିବ୍ୟାଙ୍ଗ ରାସନ୍ କାର୍ଡଧାରୀଙ୍କ ଘରେ ପହଂଚିବ ରାସନ୍ ସାମଗ୍ରୀ । ଆଉ ସେମାନଙ୍କୁ ଡିଲର ପଏଣ୍ଟକୁ ଆସିବା ଆବଶ୍ୟକ ପଡ଼ିବ ନାହିଁ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି। କଟକରେ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରବିବାର ବସିଥିବା ସମୀକ୍ଷା ବୈଠକରେ କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ଦିବ୍ୟାଙ୍ଗଙ୍କ ସମସ୍ୟା ସଂପର୍କରେ ଯୋଗାଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାସନକାର୍ଡ ଧାରୀଙ୍କ ସମସ୍ୟା ନେଇ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଏପରିକି ରାସନ ପାଇଁ ହିତାଧିକାରୀ କିପରି ରାତି ଅଧରୁ ଲମ୍ବା ଲାଇନ ଦେଉଥିଲେ । ଗଣମାଧ୍ୟମ ରେ ଏହିସବୁ ଘଟଣା ପ୍ରକଶ ପାଇବା ପରେ ଯୋଗାଣ ମନ୍ତ୍ରୀ ତୁରନ୍ତ ଏ ସଂପର୍କରେ ନୀତି ନିର୍ଦ୍ଧାରଣ କରିବାକୁ ପ୍ରତିଶ୍ରୁତି ଦେବା ସହ ଆଗକୁ ଦିବ୍ୟାଙ୍ଗ ମାନଙ୍କ ଘରେ ରାସନ ସାମଗ୍ରୀ ପହଞ୍ଚିବ ବୋଲି କହିଛନ୍ତି । ରାଜ୍ୟ ସରକାର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଏବେ ଦିବ୍ୟାଙ୍ଗ ରାସନକାର୍ଡ ଧାରୀଙ୍କ ଘରେ ରାସନ ପହଂଚାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯୋଗାଣ ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ, ଆଗକୁ ଚାଉଳ ଗହମ ରାସନ୍ କାର୍ଡଧାରୀଙ୍କୁ ଏକାଠି ମିଳିବ । ଥରେ ଟିପ ଚିହ୍ନ ଦେଇ ଲୋକେ ଚାଉଳ ଗହମ ଏକାସଙ୍ଗେ ନେଇପାରିବେ।