ପ୍ରକାଶ ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ରେଜଲ୍ଟ
ପ୍ରକାଶ ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ରେଜଲ୍ଟ। ଚଳିତ ବର୍ଷ ପାସ୍ ହାର ୮୪.୧୦% ରହିଛି। ଗତବର୍ଷଠାରୁ ପାସ୍ ହାର ଅଧିକ ରହିଛି। ଚଳିତ ବର୍ଷ ବାଣିଜ୍ୟରେ ପାସ୍ ହାର ୮୩.୨୦% ରହିଛି।ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଅନୁଯାୟୀ, କଳା, ବାଣିଜ୍ୟ, ବିଜ୍ଞାନ ଏବଂ ବୃତ୍ତିଗତ ପାଠ୍ୟକ୍ରମରେ ମୋଟ ୧୩୮୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଯେଉଁମାନଙ୍କ ମଧ୍ୟରୁ ୧୧୬୪ ଜଣ ସେମାନଙ୍କ ସମ୍ପୃକ୍ତ ଷ୍ଟ୍ରିମ୍ରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ ୮୫.୯୭ ପ୍ରତିଶତ ପାସ୍ ହାର ରହିଛି। ଏହି ପାସ୍ ହାରରେ ଛାତ୍ରମାନଙ୍କୁ ପଛରେ ପକାଇ ଆଗରେ ଛାତ୍ରୀ ରହିଛନ୍ତି। ସେହିପରି ବିଜ୍ଞାନ ଷ୍ଟ୍ରିମ୍ରେ ୩୩୩ ଜଣ ପ୍ରାର୍ଥୀ ବାର୍ଷିକ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ମାତ୍ର ୨୫୭ ଜଣ ପାସ୍ କରିଛନ୍ତି ଏବଂ ପାସ୍ ହାର ୭୭.୧୭% ରହିଛି।ସେହିପରି ବାଣିଜ୍ୟ ଷ୍ଟ୍ରିମ୍ରେ ମୋଟ ୨୫୬ ଜଣ ପରୀକ୍ଷା ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ମାତ୍ର ୨୧୩ ଜଣ ପାସ୍ କରିଛନ୍ତି
