ଫଟୋ ଏତେ ଭୟଙ୍କର ଯେ ଏହାକୁ ନେଇ ଫଟୋଗ୍ରାଫରଙ୍କୁ ପୁରସ୍କାର ମଧ୍ୟ ମିଳିଛି।

ପିମ୍ପୁଡ଼ି ର ପ୍ରକୃତ ଫଟୋ ଏତେ ଭୟଙ୍କର ଯେ ଏହାକୁ ନେଇ ଫଟୋଗ୍ରାଫରଙ୍କୁ ପୁରସ୍କାର ମଧ୍ୟ ମିଳିଛି। ଫଟୋକୁ ଦେଖିଲେ ଆପଣ କହିପାରିବେନି ଯେ ଏହା କୌଣସି ପିମ୍ପୁଡ଼ିର ଫଟୋ। ସତେ ଯେପରି ଏହା କମ୍ପ୍ୟୁଟର ଗ୍ରାଫିକ୍ସ ବ୍ୟବହାରରେ କରାଯାଇଛି, ଏବଂ ଏହାକୁ ଏକ ଭୟଙ୍କର ପଶୁ ଭଳି ଦେଖାଯାଇଛି।

ପ୍ରକୃତରେ ଚଳିତ ବର୍ଷ ନିକନ ଓ୍ବାର୍ଲ୍ଡ ଫୋଟୋମାଇକ୍ରୋଗାଫୀ ପ୍ରତିଯୋଗିତା ପାଇଁ ଫଟୋ ମନୋନୀତ କରାଯାଉଥିଲା। ଏହାରି ମଧ୍ୟରେ ଲିଥୁଆନିଆର ଓ୍ବାଲ୍ଡ ଲାଇଫ୍ ଫଟୋଗ୍ରାଫର ୟୁଜିନିଜସ୍ କଓ୍ବାଲିୟାଉସ୍କସଙ୍କ ଏହି ଫଟୋ ଏବେ କମାଲ୍ କରୁଛି।

ଏହି ପ୍ରତିଯୋଗିତାର ଏକ ସର୍ତ୍ତ ଏହା ଥିଲା ଯେ ଏଥିରେ ଫଟୋଗ୍ରାଫରଙ୍କୁ ଛୋଟ ବସ୍ତୁର ବଡ଼ ଏବଂ ଜୁମ୍ କରି ଫଟୋ ଉଠାଇବାର ଥିଲା। ଏହା ପ୍ରଥମ ଥର କୌଣସି ପିମ୍ପୁଡ଼ିର ପ୍ରକୃତର ଚେହେରା ଲୋକଙ୍କ ସାମ୍ନାକୁ ଆସିଛି। ଲୋକଙ୍କୁ ପିମ୍ପୁଡ଼ିର ଚେହେରା ଦେଖି ଭୂତ ଫିଲ୍ମର ଦୃଶ୍ୟ ପରି ମନେହୋଇଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

You might also like