ପୁରାଣ ରେ କୃଷ୍ଣଙ୍କ ପ୍ରକୃତ ବନ୍ଧୁ କିଏ ଥିଲେ ତାହା ଜାଣନ୍ତୁ।

ଭଗବାନ ଶ୍ରୀକୃଷ୍ଣ ଓ ସୁଦାମା: ଭାରତୀୟ ପୁରାଣରେ ଯଦି ବନ୍ଧୁତ୍ୱ କଥା ଉଠେ ତେବେ ପ୍ରଥମେ ଭଗବାନ ଶ୍ରୀକୃଷ୍ଣ ଓ ସୁଦାମାଙ୍କ ବନ୍ଧୁତ୍ୱ କଥା ମନକୁ ଆସିଥାଏ। କାହିଁକି ନା ସେମାନଙ୍କର ବନ୍ଧୁତ୍ୱରେ ଜାତି, ଧର୍ମ ନା ସାମାଜିକ ପ୍ରତିଷ୍ଠାର ବିଚାର ନ ଥିଲା। ସୁଦାମା ଭଗବାନ ଶ୍ରୀକୃଷ୍ଣଙ୍କର ଖାଲି ବାଲ୍ୟବନ୍ଧୁ ନ ଥିଲେ, ତାଙ୍କର ଅତି ଘନିଷ୍ଠ ଥିଲେ। ଭଗବାନ ଶ୍ରୀକୃଷ୍ଣ ଥିଲେ ରାଜା। ସୁଦାମା ଜାତିରେ ବ୍ରାହ୍ମଣ ଓ ଗରିବ ଥିଲେ। ତଥାପି ସାମାଜିକ ପ୍ରତିଷ୍ଠା ତାଙ୍କ ବନ୍ଧୁତ୍ୱରେ ପ୍ରାଚୀର ହୋଇନ ଥିଲା। ଶ୍ରୀକୃଷ୍ଣ ରାଜା ହେବା ପରେ ବି ସୁଦାମାଙ୍କଠାରୁ ଖୁଦଭଜା ଛଡ଼ାଇ ଖାଇଥିବା ପୌରାଣିକ କଥା ରହିଛି।

ଭଗବାନ ରାମ ଓ ସୁଗ୍ରୀବ: ରାମାୟଣରେ ଅଯୋଧ୍ୟାର ରାଜା ରାମ ଓ ସୁଗ୍ରୀବଙ୍କ ସମ୍ପର୍କ ବନ୍ଧୁତ୍ୱର ଏକ ଅନାବିଳ ନିଦର୍ଶନ। ଯେତେବେଳେ ରାମ ତାଙ୍କର ପ୍ରାଣପ୍ରିୟା ପତ୍ନୀ ସୀତାଙ୍କୁ ଖୋଜୁଥିଲେ ସେତେବେଳେ ସୁଗ୍ରୀବ ତାଙ୍କୁ ସାହାଯ୍ୟ କରିଥିଲେ । ମା’ ସୀତାଙ୍କୁ ଖୋଜିବା ପାଇଁ ସୁଗ୍ରୀବ ଭଗବାନ ରାମଙ୍କୁ ସାହାଯ୍ୟ କରିଥିଲେ। ସେହିପରି ଭଗବାନ ରାମ ମଧ୍ୟ ସୁଗ୍ରୀବଙ୍କ ତାଙ୍କର ସାନ ଭାଇ ବାଳୀଙ୍କଠୁ କିଶ୍‌କିନ୍ଧା ସିଂହାସନ ଫେରାଇ ଆଣିବାରେ ସୁଗ୍ରୀବଙ୍କୁ ସାହାଯ୍ୟ କରିଥିଲେ।

କର୍ଣ୍ଣ ଓ ଦୁର୍ଯୋଧନ: କର୍ଣ୍ଣ-ଦୁର୍ଯୋଧନ- ଅନାବିଳ ବନ୍ଧୁତ୍ୱର ଏକ ଜ୍ୱଳନ୍ତ ନିଦର୍ଶନ। କୁନ୍ତୀଙ୍କ ଗର୍ଭରୁ ଜନ୍ମ ହୋଇଥିଲେ ମଧ୍ୟ କର୍ଣ୍ଣ ସୂତ ପରିବାରରେ ବଢିଥିଲେ। ହେଲେ ତାଙ୍କର ମନ ଆଉ ଶରୀରର ରାଜକୀୟ ଭାବ ହଜି ଯାଇ ନ ଥିଲା। କର୍ଣ୍ଣଙ୍କ ପାଖରେ ବୁଦ୍ଧି, ବିଦ୍ୟା, ମାନବୀୟ ଗୁଣ ଭରପୂର ହୋଇଥିଲେ ମଧ୍ୟ ନିଜର ପରିଚୟ ପାଇଁ ଅନେକ ସମୟରେ ତାକୁ ହୀନମନ୍ୟତାର ଶିକାର ହେବାକୁ ପଡ଼େ। ଆଉ ଦୁର୍ଯ୍ୟୋଧନ ତାଙ୍କୁ ବନ୍ଧୁ ଭାବେ ଗ୍ରହଣ କରିଥିଲେ। ଯେତେବେଳେ ହସ୍ତିନାପୁରରେ ଜାତି ଓ ଭେଦଭାବ ପ୍ରଥା ଭରି ରହିଥିଲା, ଦୁର୍ଯ୍ୟୋଧନ ସେ ସବୁକୁ ଖାତିର ନ କରି କର୍ଣ୍ଣଙ୍କୁ ଅଙ୍ଗ ରାଜ୍ୟର ରାଜା କରାଇଥିଲେ। ଆଉ କର୍ଣ୍ଣ ମଧ୍ୟ ଶେଷ ପର୍ଯ୍ୟନ୍ତ ଦୁର୍ଯ୍ୟୋଧନଙ୍କ ହାତ ଛାଡ଼ି ନ ଥିଲେ ।

ଭଗବାନ ଶ୍ରୀକୃଷ୍ଣ ଓ ଅର୍ଜୁନ: ପୁରାଣରେ ସବୁଠାରୁ ନିବିଡ଼ ବନ୍ଧୁ କିଏ ବୋଲି ଯଦି ପଚରାଯାଏ ତେବେ ତାହାର ପ୍ରଥମ ଉଦାହରଣ ହେବେ ଭଗବାନ ଶ୍ରୀକୃଷ୍ଣ ଓ ଅର୍ଜୁନ । ଉଭୟଙ୍କ ସମ୍ପର୍କର ନିବିଡ଼ତା ମହାଭାରତର ଯୁଦ୍ଧ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ଜୀବନ ଓ ମୃତ୍ୟୁ ଭଳି ସବୁ କିଛି ପୂର୍ବ ନିର୍ଦ୍ଧାରିତ ବୋଲି ଯୁଦ୍ଧ କ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣ, ଅର୍ଜୁନଙ୍କୁ ବୁଝାଇ ଥିଲେ। ଶ୍ରୀମଦ୍‌ ଭଗବତ୍‌ ଗୀତାରେ ଏସବୁକୁ ନେଇ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ସେମାନଙ୍କର ବନ୍ଧୁତ୍ୱରୁ ଏକଥା ମଧ୍ୟ ଶିଖିବାକୁ ମିଳେ ଯେ, ଜଣେ ଭଲ ବନ୍ଧୁ ଉପଯୁକ୍ତ ମାର୍ଗଦର୍ଶକ ବି ହୋଇପାରେ।

ଭଗବାନ ଶ୍ରୀକୃଷ୍ଣ ଓ ଦ୍ରୌପଦୀ: ରକ୍ଷା ବନ୍ଧନ ପରମ୍ପରା ଭଗବାନ ଶ୍ରୀକୃଷ୍ଣ ଓ ଦ୍ରୌପଦୀଙ୍କ ମଧ୍ୟରେ ଥିବା ସଖା-ସଖୀ ସମ୍ପର୍କକୁ ନେଇ ଜଡ଼ିତ ବୋଲି କେହି କେହି ଭାବନ୍ତି। କୁହାଯାଏ, ଯେତେବେଳେ ଶିଶୁପାଳଙ୍କ ଉପରକୁ ଭଗବାନ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ଛାଡ଼ିଥିଲେ ଏହି ସମୟରେ ଶ୍ରୀକୃଷ୍ଣଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଶ୍ରୀକୃଷ୍ଣଙ୍କ ଆଙ୍ଗୁଠିରୁ ରକ୍ତ ବାହାରୁଥିବା ଦେଖି ଦ୍ରୌପଦୀ ସାଙ୍ଗେସାଙ୍ଗ ନିଜ ଶାଢ଼ୀରୁ ଖଣ୍ଡେ ଚିରି ଏହାକୁ ଶ୍ରୀକୃଷ୍ଣଙ୍କ ଆଙ୍ଗୁଠିରେ ଗୁଡ଼ାଇ ଦେଇଥିଲେ। ଦ୍ରୌପଦୀଙ୍କ ଏଭଳି ଭଲ ପାଇବା ଶ୍ରୀକୃଷ୍ଣଙ୍କ ହୃଦୟକୁ ସ୍ପର୍ଶ କରିଥିଲା। ଖାଲି ଏତିକି ନୁହେଁ ଦ୍ରୌପଦୀଙ୍କୁ ସବୁବେଳେ ସୁରକ୍ଷା ଦେବେବୋଲି ଶ୍ରୀକୃଷ୍ଣ ପ୍ରତିଜ୍ଞା ମଧ୍ୟ କରିଥିଲେ। ସେତେବେଳେ ଶ୍ରୀକୃଷ୍ଣ ତାଙ୍କର ଏହି ପ୍ରତିଜ୍ଞା ପୂରଣ କରିଥିଲେ, ଯେତେବେଳେ ରାଜ ଦରବାରରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରାଯରାଇ ଅତି ନିଷ୍ଠୁର ଭାବେ ତାଙ୍କୁ ଅପମାନିତ କରାଯାଇଥିଲା।