ରାସ୍ତାକୁ ସମ୍ପୂର୍ଣ୍ଣ ରୂପେ କରାଯିବ ଟ୍ରାଫିକ୍ ଲାଇଟ୍ ମୁକ୍ତ

ରାଜଧାନୀ ଭୁବନେଶ୍ୱର ହେବ ଭିଡ଼ମୁକ୍ତ। ଏକାଧିକ ରାସ୍ତା ଓ ପ୍ରକଳ୍ପର ଶିଳାନ୍ୟାସ ହେବ। ଜୁନ ୧୨ ତାରିଖରେ ଶିଳାନ୍ୟାସ କାର୍ଯ୍ୟକ୍ରମ ହେବ। ପ୍ରକଳ୍ପର ମାସେ ଭିତରେ ଟେଣ୍ଡର ପ୍ରକ୍ରିୟା ସରିବ। ୩ ବର୍ଷ ଭିତରେ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।ମାସେ ଭିତରେ ଆରମ୍ଭ ହେବ ରିଙ୍ଗ ରୋଡ଼ କାମ । ଜମି ଅଧିଗ୍ରହଣ ପ୍ରକ୍ରିୟା ମାସେ ଭିତରେ ସରିବ । ଡିସେମ୍ବର ସୁଦ୍ଧା ସରିବ ବାମ ଏବଂ ଡାହାଣ ପାରାଲାଲ ରାସ୍ତା କାମ । ଗତ ସରକାର ଅକ୍ଷମତା ପ୍ରଦର୍ଶନ କରିଥିଲେ । ତେଣୁ ରିଙ୍ଗ ରୋଡ଼ କାମ ଆଗକୁ ନେବାକୁ ନିଷ୍ପତ୍ତି ହୋଇଛି । ଜୟଦେବ ବିହାରରୁ ନନ୍ଦନ କାନନ ଯାଏଁ ରାସ୍ତା ଟ୍ରାଫିକ୍ ଲାଇଟ୍ ହଟାଇ ଯେଉଁ ଟେକ୍ନୋଲୋଜି ବ୍ୟବହାର କରାଯିବ ସେନେଇ ପ୍ରକ୍ରିୟା ଆରମ୍ଭ ହେବ ।

You might also like