RI ପରୀକ୍ଷାରେ ପୁଣି ବିଭ୍ରାଟ! ପରୀକ୍ଷାର୍ଥୀ ଅସନ୍ତୁଷ୍ଟ
ଆରଆଇ ପରୀକ୍ଷାରେ ସର୍ଭର ଡାଉନ ଅଭିଯୋଗ । ସକାଳ ୭.୩୦ରେ ପ୍ରବେଶ ସମୟ ଥିଲା । ୮.୪୫ରେ ଭିତରକୁ ଗଲେ ପରୀକ୍ଷାର୍ଥୀ । ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ଅଭିଯୋଗ ହୋଇଛି । ବ୍ରହ୍ମପୁର, କାକଟପୁର ଘରୋଇ ପରୀକ୍ଷା ସେଣ୍ଟରରେ ସମସ୍ୟା ଦେଖାଦେଇଛି । ନୟାପଲ୍ଲୀ, ମଞ୍ଚେଶ୍ୱର, ପଟିଆ ଆଦି ସ୍ଥାନରେ ଥିବା ପରୀକ୍ଷା କେନ୍ଦ୍ରରେ ସମସ୍ୟା ଦେଖାଦେଇଛି । ଏଭଳି ସର୍ଭର ଡାଉନ ପରିସ୍ଥିତିକୁ ନେଇ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।
