ଚଳନ୍ତା ବ୍ୟାଟେରି ସ୍କୁଟିରେ ଲାଗିଗଲା ନିଆଁ ।
ତ୍ରିଶୁଳିଆ ପୋଲ ଉପରେ ଚଳନ୍ତା ବ୍ୟାଟେରି ସ୍କୁଟିରେ ଲାଗିଗଲା ନିଆଁ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଗାଡ଼ି ଚାଳକ । ଆଜି ସକାଳେ ବ୍ୟକ୍ତି ଜଣଙ୍କ ତ୍ରିଶୁଳିଆରୁ କଟକ ଅଭିମୁଖେ ଆସୁଥିଲେ । ହଠାତ୍ ସ୍କୁଟିରେ ନିଆଁ ଲାଗିଯାଇଥିଲା । ଚାଳକ ଜଣଙ୍କ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ସ୍କୁଟିରେ କିପରି ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ। ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ନିଆଁରେ ଗାଡ଼ିଟି ପୋଡ଼ି ପାଉଁଶ ହୋଇଯାଇଛି।
