ଗିରଫ ହେଲେ ଅଭିନେତ୍ରୀ ରୂପା ଗାଙ୍ଗୁଲି

ପଶ୍ଚିମବଙ୍ଗର କଲକାତାରେ ବିଜେପିର ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ରୂପା ଗାଙ୍ଗୁଲୀଙ୍କୁ ଗିରଫ କରିଛି ପୁଲିସ। ସେ ବାଂସଦ୍ରୋଣୀ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ।ସାରା ରାତି ରୂପା ଗାଙ୍ଗୁଲୀ ଥାନା ବାହାରେ ବସି ରହିଥିବାବେଳେ ଗୁରୁବାର ପଶ୍ଚିମବଙ୍ଗ ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କୁ ଗିରଫ କରି ଲାଲବଜାର ନିଆଯାଇଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ, ବାଂସଦ୍ରୋଣୀରେ ଘଟିଥିବା ସଡ଼କ ଦୁର୍ଘଟଣା ପ୍ରସଙ୍ଗରେ ପୁଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ବିକ୍ଷୋଭ କରିଥିଲେ। ରୂପା ଗାଙ୍ଗୁଲି କହିଥିଲେ ଯେ, ଯେପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିଛି ସେପର୍ଯ୍ୟନ୍ତ ସେ ଥାନା ଆଗରେ ବିରୋଧ ପ୍ରଦର୍ଶନ ଜାରି ରଖିବେ। ତାଙ୍କୁ ମନାଇବା ପାଇଁ ପୁଲିସ ମଧ୍ୟ ଯଥାସମ୍ଭବ ଚେଷ୍ଟା କରିଥିଲା, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ। ଶେଷରେ ତାଙ୍କୁ ଗିରଫ କରିଛି ପୋଲିସ |