ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତକୁ ପୂର୍ଣ୍ଣ ସମର୍ଥନ ଜଣାଇଲା ରୁଷ

ପହଲଗାମ ଆତଙ୍କୀ ହମଲା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାହେଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସୋମବାର ଫୋନରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସମୟରେ ପୁଟିନ୍‌ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି।ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତକୁ ରୁଷର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ରୁଷ ଘୋଷଣା କରିଛି। ଏହା ପଛରେ ରହିଥିବା ଆତଙ୍କୀ, ଷଡ଼ଯନ୍ତ୍ରକାରୀଙ୍କୁ ନିହାତି ଭାବେ ଦଣ୍ଡିତ କରାଯିବା ଜରୁରୀ ବୋଲି ପୁଟିନ କହିବା ସହିତ ଏ କ୍ଷେତ୍ରରେ ଭାରତକୁ ଆମର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ଜଣାଇଛନ୍ତି।ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତା ବିଷୟରେ ସୋସିଆଲ ମିଡିଆର ଏକ ପୋଷ୍ଟ କରିଛନ୍ତି | ଏହା ସହ ଜୟସ୍ବାଲ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ବର୍ଷ ଶେଷରେ ହେବାକୁ ଥିବା ଶିଖର ସମ୍ମିଳନୀରେ ଭାରତ ଆସିବାକୁ ମଧ୍ୟ ନିମନ୍ତ୍ରଣ ଦେଇଛନ୍ତି। ଏହା ସହ ତାଙ୍କୁ ୮୦ ତମ ବିଜୟ ଦିବସ ସମାରୋହର ପରେଡ ପାଇଁ ମଧ୍ୟ ଶୁଭକାମନା ଜଣାଇଛନ୍ତି।

You might also like