ସଜନା ଶାଗର ଚମତ୍କାର ଉପକାରିତା… ଯାହା କେବେ ଜାଣି ନ ଥିବେ।

ଏହାର ପତ୍ର ଓ ଛୁଇଁରେ ଅନେକ ଔଷଧୀୟ ଗୁଣ ରହିଛି। ସଜନା ଶରୀର ପାଇଁ ଖୁବ୍ ଉପକାରୀ । ଜାଣନ୍ତୁ ଏହାର କିଛି ଉଷଧୀୟ ଗୁଣ। ୫ ଗ୍ଲାସ କ୍ଷୀରରେ ଯେତିକି କ୍ୟାଲସିୟମ ରହିଛି ୧୦୦ ଗ୍ରାମ ସଜନା ପତ୍ରରେ ସେତିକି କ୍ୟାଲିସିୟମ ରହିଥାଏ। ଗୋଟିଏ ଲେମ୍ବୁ ତୁଳନାରେ ଏଥିରେ 5 ଗୁଣା ଅଧିକ ଭିଟାମିନ୍ ସି ରହିଥାଏ।ଖାଲି ସେତିକି ନୁହଁ ଏହାର ପତ୍ରରେ ପ୍ରୋଟିନ, ପୋଟାସିୟମ, ଆଇରନ୍, ମ୍ୟାଗ୍ନେସିୟମ ଓ ବି କମ୍ପ୍ଲେସ ଭଳି ପ୍ରଚୁର ଭିଟାମିନ ରହିଛି।

ସଜନା ପତ୍ର ରଶ ପିଇଲେ ଡାଇରିଆ, ହଇଜା, ଜଣ୍ଡିସ୍ ଓ ଆମାଶୟ ଭଳି ରୋଗ ଭଲ ହୋଇଥାଏ। ଏହାର ଛୁଇଁ ଓ ପତ୍ରକୁ ପାଣିରେ ସିଝାଇ ତାର ବାମ୍ଫକୁ ଶୁଙ୍ଘିଲେ ଥଣ୍ଡାରୋଗୀର ଶ୍ୱାସକ୍ରିୟାକୁ ଆରାମ ମିଳିଥାଏ।

ଗର୍ଭାବସ୍ଥାରେ ସଜନା ଫୁଲ ଓ ଛୁଇଁ ଖାଇବା ଦ୍ୱାରା ଉଭୟ ମା’ ଓ ପିଲା ପାଇଁ ଲାଭକାରୀ ହୋଇଥାଏ।ଏହା ମଣିଷର ସେକ୍ସ ପାଓ୍ୱାର ମଧ୍ୟ ବଢ଼ାଇଥାଏ। ପୁରୁଷଙ୍କ ଶୁକ୍ରାଣୁ ବଢ଼ାଇବା ଓ ଗାଢ଼୍ କରିବାରେ ଏହା ସହାୟକ ହୋଇଥାଏ।ସେହିପରି ମଳକଣ୍ଟକ ଓ କୋଷ୍ଟକାଠିନ୍ୟ ଭଳି ରୋଗ ପାଇଁ ଏହା ଉତ୍ତମ ଔଷଧୀର କାମ କରେ।

ସଜନା ପତ୍ରର ରସ ନିୟମିତ ପାନ କଲେ ଉଚ୍ଚରକ୍ତଚାପ ସମସ୍ୟା ଦୂର ହେବା ସହଲିଭରକୁ ସଂକ୍ରମଣରୁ ରକ୍ଷା କରିଥାଏ। କ୍ୟାନସରକୁ ମଧ୍ୟ ଦୂରରେ ରଖିଥାଏ।

ହାଡକୁ ମଜବୁତ କରିଥାଏ ଏବଂ ଜୀବାଣୁ ସଂକ୍ରମଣରୁ ରକ୍ଷା କରେ।ପିଲା ହୁଅନ୍ତୁ ଅବା ବୟସ୍କ ସଜନା ପତ୍ର ଖାଇଲେ ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ।ଶରୀରରେ ଆଇରନ୍ର ମାତ୍ରା କମ୍ ହେଲେ ସଜନା ଶାଗ ବ୍ୟତୀତ ଗାଜର ଓ ଅମୃତଭଣ୍ଡା ରସ ପିଇଲେ ଏହା ଦୂର ହୋଇଥାଏ।