ଏବେ ପେନସନଭୋଗୀ WhatsApp ମାଧ୍ୟମରେ ନିଜର ପେନ୍ସନ ସ୍ଲିପ୍ ପାଇପାରିବେ। ଜାଣନ୍ତୁ କେମିତି?

ଭାରତୀୟ ଷ୍ଟେଟ ବ୍ୟାଙ୍କ୍ (ଏସବିଆଇ) ବରିଷ୍ଠ ନାଗରିକଙ୍କ ପାଇଁ ଏକ ନୂଆ ସୁବିଧା ଆରମ୍ଭ କରିଛି। ଏହି ନୂଆ ସୁବିଧା ଅନୁଯାୟୀ ଏବେ ପେନସନଭୋଗୀ ହ୍ବାଟ୍ସଆପ୍  ମାଧ୍ୟମରେ ନିଜର ପେନ୍ସନ ସ୍ଲିପ୍ ପାଇପାରିବେ। ଏସବିଆଇ ତରଫରୁ ଏନେଇ ଟ୍ବିଟ କରି ସୂଚନା ଦିଆଯାଇଛି। ଏହାଦ୍ବାରା ଅତି ସହଜରେ ଆପଣ ଆପଣଙ୍କର ପେନ୍ସନ ସ୍ଲିପ୍ ପାଇପାରିବେ।

ଏହି ସେବାକୁ ଆରମ୍ଭ କରିବା ପାଇଁ ହ୍ବାଟ୍ସଆପ୍‌ରେ ଗ୍ରାହକଙ୍କୁ ରେଜିଷ୍ଟର ମୋବାଇଲ ନମ୍ବରରୁ +୯୧ ୯୦୨୨୬୯୦୨୨୬ ରେ ହାଏ ମେସେଜ୍ ପଠାଇବାକୁ ହେବ। ଏହାପରେ ଆପଣଙ୍କୁ ଏକ ମେସେଜ ପ୍ରାପ୍ତ ହେବ, ଏଥିରେ ବାଲାନ୍ସ ଏନକ୍ବାଏରୀ, ମିନି ଷ୍ଟେଟମେଣ୍ଟ ଏବଂ ପନ୍ସେନ ସ୍ଲିପ୍ ଅପ୍ସନ ଆସିବ।

ଆପଣଙ୍କୁ ଏଠାରେ ପେନ୍ସନ ସ୍ଲିପ୍‌କୁ ଟାପ୍ କରିବାକୁ ପଡ଼ିବ ଏବଂ ଆପଣ ଚାହୁଥିବା ମାସ ଏଣ୍ଟ୍ରି କରିବାକୁ ପଡ଼ିବ। କିଛି ସମୟ ପରେ ଆପଣଙ୍କୁ ଆପଣଙ୍କ ପେନ୍ସନ ସ୍ଲିପ୍ ମିଳିଯିବ।

କିନ୍ତୁ ଜାଣି ରଖିବାକୁ ହେବ ଯେ ହ୍ବାଟ୍ସଆପ୍‌ରେ ଏହି ସୁବିଧାର ଲାଭ ଉଠାଇବା ପାଇଁ ହ୍ବାଟ୍ସଆପ୍ ନମ୍ବର ରେଜିଷ୍ଟର ରହିଥିବା ଦରକାର।