ପାରାଦୀପ ସମୁଦ୍ର କୂଳରେ ସିରିଜ ଦୁର୍ଘଟଣା

ପାରାଦୀପ ସମୁଦ୍ର କୂଳରେ ସିରିଜ ଦୁର୍ଘଟଣା ଘଟାଇଲା ବୋଲେରୋ। ୧୦ ଉଠା ଦୋକାନୀଙ୍କୁ ଧକ୍କା ଦେବା ପରେ କାଠ ପୋଲରେ ପିଟିହେଲା ବୋଲେରୋ।ଦୁର୍ଘଟଣାରେ ୨ଜଣ ଦୋକାନୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ବୋଲେରୋରେ ଥିବା ୪ଜଣଙ୍କୁ ସ୍ଥାନୀୟ ଲୋକେ ଧରି ନିସ୍ତୁକ ମାଡ଼ ମାରିଛନ୍ତି। ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ଜଣଙ୍କୁ ଉଦ୍ଧାର କରି ଥାନରେ ଅଟକ ରଖି ଅଧିକ ପଚରାଉଚରା କରୁଛି।

You might also like