ସ୍ତ୍ରୀଙ୍କୁ କବ୍‌ଜାରେ ରଖି ମାଗୁଛନ୍ତି ୨ ଲକ୍ଷ

ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ମୌଜାରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମ ବିରୋଧରେ ପୁଣି ଏକ ସଙ୍ଗିନ ଅଭିଯୋଗ ଆସିଛି। ଆଶ୍ରମ କର୍ତ୍ତୃପକ୍ଷ ତାଙ୍କ ସ୍ତ୍ରୀଙ୍କୁ କବ୍‌ଜା କରି ରଖିବା ସହ ୨ ଲକ୍ଷ ଟଙ୍କା ଦାବି କରିଥିବା ଜଣେ ବ୍ୟକ୍ତି ଶହୀଦନଗର ଥାନାରେ ଏତଲା ଦେଇଛନ୍ତି। ଏପରିକି ଆଶ୍ରମରେ ବହୁ ଅନୈତିକ କାର୍ଯ୍ୟ ହେଉଥିବା ବେଳେ ତାଙ୍କ ପାଖରେ ଏନେଇ ସବୁ ପ୍ରମାଣ ଥିବା ସେ ଦାବି କରିଛନ୍ତି। ଆଶ୍ରମ ସହ ଜଡିତ କୃଷ୍ଣ ନନ୍ଦ ପ୍ରଭୁ ନାମକ ବ୍ୟକ୍ତି କେନ୍ଦୁଝରର ଜୀତେନ କୁମାର ଗିରିଙ୍କ ପତ୍ନୀଙ୍କୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ଏଥିରେ ବାବା କାଶୀନାଥଙ୍କ ସମ୍ପୃକ୍ତି ଥିବା ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜୀତେନ । ଆଶ୍ରମ ଆଳରେ ଦେହ ବ୍ୟବସାୟ ଚାଲିଥିଲା ବୋଲି ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ।ଜିତେନ ଗିରି ହେଉଛନ୍ତି ଜଣେ ବ୍ୟବସାୟୀ। ସେ ମୟୂରଭଞ୍ଜର ଲୀନା(ଛଦ୍ମନାମ)ଙ୍କୁ ବିବାହ କରିଥିଲେ। ଉଭୟ କିଛି ଦିନ ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଘର ଭଡ଼ା ନେଇ ରହୁଥିଲେ। ଜିତେନଙ୍କ ବ୍ୟବସାୟ ମୟୂରଭଞ୍ଜରେ ଥିବାରୁ ସେ ସେଠାକୁ ଚାଲି ଯାଇଥିଲେ। ତେଣୁ ଲୀନା ଏକାକୀ ଭୁବନେଶ୍ୱରରେ ରହି ପାଠ ପଢ଼ୁଥିଲେ। ସ୍ୱାମୀଙ୍କ ଅନୁପସ୍ଥିତି ଲୀନା ଆଉ ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ। ଅଭିଯୋଗ ଅନୁସାରେ ତାଙ୍କ ପରାମର୍ଶରେ ଲୀନା କୁଆଡେ କୁନି ବାବାଙ୍କ ବୈକୁଣ୍ଠଧାନ ଆଶ୍ରମ ଯିବା ଆସିବା କରୁଥିଲେ। ଆଚାର୍ଯ୍ୟ ବିହାରରୁ ଖଣ୍ଡଗିରି ଭିତରେ ଅଧିକ ଦୂରତା ଥିବାରୁ ଯିବା ଆସିବାରେ ସମସ୍ୟା ହେଉଥିଲା। ତେଣୁ ଲୀନା ସ୍ୱାମୀଙ୍କୁ ନଜଣାଇ ଖଣ୍ଡଗିରି ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ଏହାପରଠାରୁ ତାଙ୍କ ସ୍ତ୍ରୀ ଘର ଛାଡ଼ି ଉକ୍ତ ଆଶ୍ରମରେ ରହିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏପରିକି ସ୍ତ୍ରୀଙ୍କୁ ଆଣିବାକୁ ଆଶ୍ରମ ଯାଇଥିଲେ ମଧ୍ୟ ସେ ଆସିବାକୁ ରାଜି ହୋଇ ନ ଥିଲେ। ସେହିପରି ଜିତେନ୍‌ ଆହୁରି ଅଭିଯୋଗ କରିଛନ୍ତି ଯେ, ଆଶ୍ରମର ବାବା କାଶୀନାଥଙ୍କ ପୁଅଙ୍କ ସହ ତାଙ୍କ ସ୍ତ୍ରୀ ଅଶ୍ୱଚାଳନା ଶିଖିବାକୁ ଯାଆନ୍ତି। ଏଥିସହ ବିଦେଶୀ ଲୋକଙ୍କ ସହ କଥାବାର୍ତ୍ତା କରନ୍ତି। ସେଠାକୁ ଆସୁଥିବା ଧନୀ ଲୋକଙ୍କୁ ତାଙ୍କ ସ୍ତ୍ରୀ ଟ୍ରାପ୍‌ କରି ଆଶ୍ରମକୁ ଆଣନ୍ତି। ତେବେ ଏନେଇ କାଶୀନାଥଙ୍କ ସହ ସେ କଥା ହୋଇଥିଲେ ମଧ୍ୟ ସେ କିଛି ଶୁଣି ନ ଥିଲେ। ତେବେ ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ ଆଶ୍ରମରେ ଥିବା କ୍ରିଷ୍ଣା ନାମକ ଜଣେ ଯୁବକଙ୍କ ସହ କଥା ହେବା ପରେ ସେ ୨ ଲକ୍ଷ ଟଙ୍କା ଦାବି କରିଥିଲେ। ସେ ୫୦ ହଜାର ଟଙ୍କା ଦେଇଥିଲେ ମଧ୍ୟ ଆଶ୍ରମ କର୍ତ୍ତୃପକ୍ଷ ସ୍ତ୍ରୀଙ୍କୁ ଛାଡ଼ି ନ ଥିଲେ।

You might also like