ପୁରୀ ବିମାନବନ୍ଦର ନିର୍ମାଣକୁ ଲାଗିଲା ଝଟକା

ଅନିଶ୍ଚିତତା ଘେରରେ ପୁରୀ ବିମାନବନ୍ଦର । ଆପତ୍ତି ଉଠାଇଲା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ । ସ୍ଥଗିତ ରହିଲା ଜଙ୍ଗଲ ଜମି ଅଧିଗ୍ରହଣ ଅନୁମୋଦନ । ୫ହଜାର କୋଟିରୁ ଅଧିକ ଖର୍ଚ୍ଚରେ ଏହାର ନିର୍ମାଣ ହେବାକୁ ଥିବାବେଳେ ଏବେ ଏଥିରେ ରୋକ ଲାଗିଛି । ଜଙ୍ଗଲ ଜମି ସାଙ୍ଗକୁ ବିଦେଶୀ ପକ୍ଷୀ ଓ ଅଲିଭ୍‌ରିଡଲେଙ୍କ ସୁରକ୍ଷାକୁ ନଜରରେ ରଖି ଆପତ୍ତି ଉଠାଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ମେ ୫ ରେ ବିମାନବନ୍ଦର ପାଇଁ ମିଳିଥିଲା ଅନୁମୋଦନ । ବେସାମରିକ ଚଳାଚଳ ମନ୍ତ୍ରଣାଳୟ ଅନୁମୋଦନ ଦେଇଥିଲା । ୪୭୧ ହେକ୍ଟର ଜମିରେ ବିମାନବନ୍ଦର ହୋଇଥାନ୍ତା । କିନ୍ତୁ ସେଥିରୁ ପ୍ରାୟ 28 ଏକର ଜଙ୍ଗଲ ଜମି ରହିଛି ।ମନ୍ତ୍ରାଳୟ ପକ୍ଷରୁ ଆପତ୍ତି ଉଠାଇ କୁହାଯାଇଛି ଯେ ବିମାନ ବନ୍ଦର ନିର୍ମାଣ ହେଲେ ପରିବେଶ ଓ ଜୈବ ବିବିଧତା ବିପଦରେ ପଡ଼ିବା ନେଇ ଆଶଙ୍କା ରହିଛି । ଏଥିପାଇଁ ଏବେ ଜଙ୍ଗଲ ଜମି ଅଧିଗ୍ରହଣ ଅନୁମୋଦନ ସ୍ଥଗିତ ରଖାଯାଇଛି ।୧୩ ହଜାର ଗଛ କାଟିବାକୁ ନେଇ କ୍ଷୁବ୍ଧ ହୋଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ।

You might also like